ଫେବ୍ରୁଆରୀ ୧୪ରୁ ବଜେଟ୍ ଅଧିବେଶନ, ୧୮ରେ ସାଧାରଣ ବଜେଟ୍
1 min read
ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୪ ତାରିଖରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । ୨ଟି ପର୍ଯ୍ୟାୟରେ ହେବାକୁ ଥିବା ଅଧିବେଶନ ଏପ୍ରିଲ୍ ୯ ତାରିଖ ଯାଏଁ ଚାଲିବ । ବଜେଟ୍ ଅଧିବେଶନ ଆରମ୍ଭ ଦିନରେ ରାଜ୍ୟପାଳ ଗୃହରେ ଅଭିଭାଷଣ ରଖିବେ ।
୧୫ ଓ ୧୭ ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା ହେବ । ଫେବ୍ରୁଆରୀ ୧୮ ତାରିଖରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ।୨ଟି ପର୍ଯ୍ୟାୟରେ ବସିବାକୁ ଥିବା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୪ରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଏପ୍ରିଲ୍ ୯ ତାରିଖରେ ସରିବ । ଏନେଇ ବିଧାନସଭା ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।