spot_img

Latest Posts

୨୦୨୬ରେ ବର୍ଷ ସାରା କିପରି ରହିବେ ଫିଟ: ବର୍ଷର ପ୍ରଥମ ଦିନରୁ ଆରମ୍ଭ କରନ୍ତୁ ଏହି କାମ

ଚାହୁଁ ଚାହୁଁ ୨୦୨୫ ବର୍ଷ ବିଦାୟ ନେଇଛି ଆଉ ୨୦୨୬ ବର୍ଷ ପାଦ ଥାପିଛି । ନୂଆ ବର୍ଷରେ ଫିଟ ରହିବା ପାଇଁ ଯଦି ଆପଣ ଚାହୁଁଥାନ୍ତି, ତେବେ ଏଥିପାଇଁ କିଛି ଟିପ୍ସ ଆପଣାଇ ପାରିବେ । ଜୀବନରେ ସଫଳତା ପାଇବା ପାଇଁ ଏକ ସୁସ୍ଥ ଶରୀରର ଆବଶ୍ୟକତା ରହିଥାଏ । ସେଥିପାଇଁ ଆମକୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଜରୁରୀ । ଆପଣ କେବଳ ସକାଳୁ ଉଠି ବ୍ୟାୟାମ କରିଦେଲେ ଯେ ସୁସ୍ଥ ହୋଇଯିବେ, ତାହା ଶତ ପ୍ରତିଶତ ଠିକ୍ ନୁହେଁ । ଫିଟ୍ ରହିବା, ସୁସ୍ଥ ରହିବାକୁ ଆପଣଙ୍କୁ ଆହୁରି କିଛି କରିବାକୁ ପଡ଼ିବ ।

ଯଦି ଆପଣ ନୂଆବର୍ଷରେ ଜୋଶର ସହ ଓ ନୂଆ ତରିକାରେ ଜୀବନକୁ ସୁଖମୟ କରିବାକୁ ଚାହୁଁଥାନ୍ତି ତେବେ କିଛି ଟିପ୍ସ ଆପଣାଇ ପାରିବେ । ସକାଳେ ବେଡ ଛାଡ଼ିବା ପରେ ସର୍ବପ୍ରଥମେ ୧-୨ ଗ୍ଲାସ ଗରମ ପାଣି ପିଅନ୍ତୁ । ଏହି ଛୋଟ ପରିବର୍ତ୍ତନ ଆପଣଙ୍କ ଶରୀରରୁ ମଇଳା ବାହାର କରିଦେବ ଓ ଓଜନ ହ୍ରାସ କରିବାରେ ସହାୟକ ହେବ । ଦିନକୁ ଅତିକମରେ ୩୦ ମିନିଟ ପାଦରେ ଚାଲିବା ଅଭ୍ୟାସ କରନ୍ତୁ । ଦିନ ଭିତରେ ୮-୧୦ ହଜାର ଷ୍ଟେପସ ଚାଲିବାକୁ ପ୍ରୟାସ କରନ୍ତୁ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଥାନ୍ତି, ତେବେ ମିଠା ଜିନିଷ, କୋଲଡ ଡ୍ରିଙ୍କ ଓ ମଇଦାରୁ ତିଆରି ଜିନିଷ (ଯେପରିକି ବିସ୍କୁଟ, ପିଜା) ଠାରୁ ଦୂରେଇ ରୁହନ୍ତୁ । ଏହି ପରିବର୍ତ୍ତନ ଆପଣଙ୍କ ଶରୀରୁ ଅତିରିକ୍ତ ଚର୍ବିକୁ ଦ୍ରୁତ ଭାବେ କମ୍ କରିଦେବ । ଶୋଇବାର ଅତି କମରେ ୩ ଘଣ୍ଟା ପୂର୍ବରୁ ରାତି ଭୋଜନ ସାରି ଦିଅନ୍ତୁ । ଏହାଦ୍ବାରା ପାଚନ ଭଲ ହେବା ସହ ଶରୀର ରାତିରେ ଚର୍ବି ଜଳାଇବାର କାମ କରିପାରିଥାଏ ।

ଖାଦ୍ୟରେ ଡାଲି, ପନିର, ସୋୟାବିନ, ଅଣ୍ଡା ପରି ପ୍ରୋଟିନ ଜାତୀୟ ଜିନିଷ ସାମିଲ କରନ୍ତୁ । ପ୍ରୋଟିନ ଖାଇବା ଫଳରେ ଶରୀର ଅଧିକ ସମୟ ଧରି ଭରି ରହିଥାଏ ଓ ବାରମ୍ବାର ଖାଇବାର ଇଚ୍ଛା ହୋଇନଥାଏ । ପ୍ରୋଟିନ ଓଜନ କମ୍ କରିବାରେ ସହାୟକ ହୋଇଥାଏ । ଫିଟନେସ୍ ପାଇଁ ଦିନକୁ ୭-୮ ଘଣ୍ଟାର ଗଭୀର ନିଦ୍ରା ଯାଆନ୍ତୁ । ଆପଣ ଭଲ ନିଦ୍ରା ନେବା ଫଳରେ ଶରୀର ନିଜକୁ ରିପେଆର କରିଥାଏ । ଏହାଦ୍ବାରା ଚାପ ହ୍ରାସ ଘଟିଥାଏ ଓ ଓଜନ ହ୍ରାସ ସହଜ ହୋଇଥାଏ ।

Latest Posts

Don't Miss