ଲୋକପ୍ରିୟ କଳାକାରଙ୍କ ପିଲାଙ୍କ ସ୍କୁଲ ଫିସ୍ କେତେ?

ମୁମ୍ବାଇ: ବଲିଉଡ କଳାକାରମାନେ ଭଲ ରୋଜଗାର କରନ୍ତି । ସେମାନେ ଫିଲ୍ମରେ ଅଭିନୟ ସାଙ୍ଗକୁ ନିଜ ପରିବାର ପ୍ରତି ରହିଥିବା ଭଲ ପାଇବା ଅନେକ ସମୟରେ ଗଣମାଧ୍ୟମରେ ଦେଖିବାକୁ ପାଇଥାଉ । ନିଜ ପିଲାଙ୍କୁ ବେଶ ଭଲ ପାଉଥିବା କିଛି କଳାକାରଙ୍କ ବହୁ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥାଏ । ତେବେ ଆପଣ ଜାଣିଛନ୍ତି କି କଳାକାରଙ୍କ ପିଲାମାନେ କେଉଁ ସ୍କୁଲରେ ପାଠ ପଢ଼ନ୍ତି । ସେମାନଙ୍କ ସ୍କୁଲ ଫିସ୍ କେତେ ? ତେବେ ଆସନ୍ତୁ ଜାଣିବା କିଛି କଳାକାରଙ୍କ ପିଲାଙ୍କ ପାଠ ପଢ଼ା ଏବଂ ସେମାନଙ୍କ ସ୍କୁଲ ଫିସ୍ ସମ୍ପର୍କୀରେ ।

ଆରାଧ୍ୟା ବଚ୍ଚନ: ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିନେତା ଅଭିଶେକ ଏବଂ ଅଭିନେତ୍ରୀ ଐଶର୍ଯ୍ୟାଙ୍କ ଝିଅ ଆରାଧ୍ୟାଙ୍କୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହୋଇଥାଏ । ଷ୍ଟାର କିଡଙ୍କ କଥା କହିଲେ ସବୁବେଳେ ତାଙ୍କ ନାମ ଆଗରେ ଆସେ । ଆରାଧ୍ୟା ମୁମ୍ବାଇର ସବୁଠାରୁ ଧନୀ ସ୍କୁଲ ଧୀରୁଭାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲରେ ପାଠ ପଢ଼ନ୍ତି । ସେ ଏଲକେଜିରୁ କ୍ଲାସ ୭ପର୍ଯ୍ୟନ୍ତ ପଢ଼ିବା ପାଇଁ ସ୍କୁଲ ଫିସ ରହିଛି ୧ ଲକ୍ଷ ୭୦ ହଜାର ଟଙ୍କା । ଅଷ୍ଟମ କ୍ଲାସରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଫିସ ରହିବ ୧ ଲକ୍ଷ ୮୫ ହଜାର ଟଙ୍କା ।

ଅବରାମ ଖାନ୍: ବଲିଉଡ କିଙ୍ଗ ଶାହାରୁଖ ଖାନଙ୍କ ସାନ ପୁଅ ଅବରାମ ମଧ୍ୟ ଧୀରୁଭାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲରେ ପାଠ ପଢ଼ୁଛନ୍ତି ।

ରିୟାନ ଏବଂ ରିଦାନ: ବଲିଉଡ଼ ଅଭିନେତା ହ୍ରିତିକ ରୋଶନଙ୍କ ଦୁଇ ପୁଅ ରିୟାନ ଏବଂ ରିଦାନ ମଧ୍ୟ ଧୀରୁ ଭାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲରେ ପାଠ ପଢ଼ନ୍ତି ।

ଅରିନ ଏବଂ ରିୟାନ: ବଲିଉଡର ଧକ ଧକ ଗାର୍ଲ ମାଧୁରୀ ଦିକ୍ଷିତଙ୍କ ଦୁଇ ପୁଅ ଅରିନ ଏବଂ ରିୟାନ ଓବରଏ ଇଣ୍ଟର ନ୍ୟାସନାଲ ସ୍କୁଲରେ ପାଠ ପଢ଼ୁଛନ୍ତି । ଏଠାରେ ଆଡମିଶନ ଫିସ୍ ୧ ଲକ୍ଷ ୨୦ ହଜାର ଟଙ୍କା ରହିଥିବାବେଳେ ବାର୍ଷିକ ୫ ଲକ୍ଷ ୭୦ ହଜାର ଟଙ୍କା ଫିସ ରହିଛି ।