ଘର ସିଡ଼ି ତଳେ ରଖୁଛନ୍ତି କି ଏହିସବୁ ଜିନିଷ, ହୋଇଯାଆନ୍ତୁ ସାବଧାନ ! ରାହୁ କେତୁ ଉପରେ ପଡ଼ିପାରେ ପ୍ରଭାବ

1 min read

ଘରର ସିଡ଼ି ଘରର ଉନ୍ନତି ସହିତ ଉତ୍ଥାନ ପତ୍ତନ ସହିତ ଜଡ଼ିତ । ଘର ବାହାରେ ସିଡ଼ି ଥିଲେ ଏହା ଶୁକ୍ର ସହିତ ସମ୍ବନ୍ଧ ରଖିଥାଏ । ସେହିପରି ଘର ଭିତରେ ସିଡ଼ି ଥିଲେ ଏହା ମଙ୍ଗଳ ସହିତ ସମ୍ବନ୍ଧ ରଖିଥାଏ । ତେବେ କହିବାକୁ ଗଲେ ସିଡ଼ିର ସମ୍ବନ୍ଧ ସିଧାସଳଖ ରାହୁ କେତୁ ସହିତ ଥାଏ । ଭୁଲ ସିଡ଼ି ଜୀବନରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ । ଏହା କାରଣରେ ରାହୁ କେତୁ ପ୍ରଭାବିତ ହୋଇଥାଏ ।

ସିଡ଼ି ନିର୍ମାଣ ବେଳେ ଏହି ଜିନିଷ ଉପରେ ଧ୍ୟାନ ରଖନ୍ତୁ ?

ଦକ୍ଷିଣ ପଶ୍ଚିମ କୋଣରେ ସିଡ଼ି ଥିଲେ ତାହାକୁ ଉତ୍ତମ ବିବେଚନା କରାଯାଏ । ସିଡ଼ିର ନିର୍ମାଣ ଉତ୍ତର ଦିଗରୁ ଦକ୍ଷିଣ ଦିଗ ଆଡ଼କୁ ନିର୍ମାଣ ହେବା ଦରକାର ବା ପୂର୍ବରୁ ପଶ୍ଚିମ ଦିଗ ଆଡ଼କୁ ହେବା ଉଚିତ । ମୁଖ୍ୟ ଦ୍ୱାର ସାମ୍ନାରେ, ଉତ୍ତର-ପୂର୍ବ କୋଣରେ ବା ଆଗ୍ନେୟ କୋଣରେ ସିଡ଼ି ରହିବା ଉଚିତ ନୁହେଁ । ସିଡ଼ି ଯେତେ ସିଧା ଥିବ ସେତେ ଭଲ ଅଟେ ।

ସିଡ଼ି ସବୁବେଳେ ଚଉଡ଼ା ହେବା ଆବଶ୍ୟକ ଏବଂ ସିଡ଼ି ଉପରେ ଆଲୋକ ପଡୁଥିବା ଉତ୍ତମ ମନେ କରାଯାଏ । ସିଡ଼ି ତଳେ ବାଥରୁମ, ଷ୍ଟୋର ରୁମ ବା ଜଳ ସମ୍ବନ୍ଧୀୟ ଜିନିଷ ରଖିବା ଉଚିତ ନୁହେଁ । ଭୁଲରେ ବି ସିଡ଼ି ତଳେ ଠାକୁର ଘର ତିଆରି କରନ୍ତୁ ନାହିଁ ।

ଯଦି ସିଡ଼ି ଭୁଲ ଭାବରେ ପ୍ରସ୍ତୁତ କରାଯାଇଛି ତେବେ ଏହାର ଉପାୟ କଣ ?

ସିଡ଼ିର ରଙ୍ଗ ସର୍ବଦା ଧଳା ରଖୁନ୍ତୁ । ସିଡ଼ି ସହିତ ଲାଗି ରହିଥିବା କାନ୍ଥରେ ଏକ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ । ଯଦି ସିଡ଼ି ତଳେ କିଛି ଭୁଲ ନିର୍ମାଣ କରାଯାଇଛି ତେବେ ସେଠାରେ ଏକ ତୁଳସୀ ଗଛ ଲଗାନ୍ତୁ । ସିଡ଼ି ତଳେ ଆଲୋକର ବ୍ୟବସ୍ଥା ରଖନ୍ତୁ । ସିଡ଼ି ଆରମ୍ଭରୁ ଏବଂ ଶେଷ ଆଡ଼କୁ ଗୋଟିଏ ଗୋଟିଏ ସବୁଜ ରଙ୍ଗର ଡୋରମାଟ ରଖନ୍ତୁ । ସିଡ଼ି ତଳେ ବହିପତ୍ର ପଢ଼ିବାର ବ୍ୟବସ୍ଥା କରିପାରିବେ ।

Leave a Reply