ବିଧାନସଭାରେ କାଗଜ କଲମର ଯୁଗଶେଷ, ଆଜିଠୁ ଇ-ବିଧାନସଭା ପାଇଁ କର୍ମଚାରୀଙ୍କୁ ଦିଆଯିବ ତାଲିମ

1 min read

ଭୁବନେଶ୍ୱର: ଅନ୍‌ଲାଇନ୍‌ ହେବ ବିଧାନସଭା । ଇଣ୍ଟରନେଟ୍ ମାଧ୍ୟମରେ ଚାଲିବ ବିଧାନସଭାର ସବୁକାର୍ଯ୍ୟ । ଆଜିଠୁ ଇ- ବିଧାନସଭା ପାଇଁ ବିଧାନସଭା କର୍ମଚାରୀଙ୍କୁ ତାଲିମ ଦିଆଯିବ । ସମ୍ପୂର୍ଣ୍ଣ ଓ୍ଵାଇଫାଇ ସହ ବିଧାନସଭା କମ୍ପ୍ୟୁଟରାଇଜେସନ୍ ହୋଇଛି । ହିମାଚଳ ପ୍ରଦେଶ ପରେ ଓଡ଼ିଶା ବିଧାନସଭା ସମ୍ପୂର୍ଣ୍ଣ ଇ- ବିଧାନସଭାରେ ପରିଚାଳିତ ହେବ । ଅଧିବେଶନଠାରୁ ଆରମ୍ଭ କରି ସମସ୍ତ ଫାଇଲ କାମ ଡିଜିଟାଲ କରାଯାଇଛି । ବିଧାନସଭାକୁ ସମ୍ପୂର୍ଣ୍ଣ ଓ୍ଵାଇଫାଇ କରାଯିବା ସହ ବିଧାୟକମାନଙ୍କୁ ଡିଜିଟାଲ ଉପକରଣ ଦିଆଯାଇଛି ।

ଆଉ କିଛିଦିନ ପରେ ବିଧାୟକମାନଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯିବ । ବିଧାନସଭାର ୩୮୩ ଜଣ କର୍ମଚାରୀଙ୍କୁ ଅନ୍‌ଲାଇନ୍‌ରେ କାମ କରିବା ପାଇଁ କମ୍ପ୍ୟୁଟର ଦିଆଯାଇଛି । ଇ- ବିଧାନସଭା ପ୍ରସ୍ତୁତି ଓ ଶୀତ ଅଧିବେଶନ ପରେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବ ବୋଲି ବାଚସ୍ପତି କହିଛନ୍ତି । ଏହାସହ ବିଧାନସଭାରେ ଦୁଇଟି ଭିଡିଓ କନଫରେନ୍‌ସ ହଲ୍‌ ବ୍ୟବସ୍ଥା କରାଯାଇଛି । ଫୋନ ନେଟୱର୍କ ପୂରା ବିଶ୍ଵକୁ ଯୋଡ଼ାଯାଇଛି । ୨୪ ଘଣ୍ଟାରେ ସମସ୍ତ ଫାଇଲ କାମ କରିବାକୁ ରହିଛି ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ଭିଜନ ଅନୁସାରେ ଇ- ବିଧାନସଭା ପ୍ରସ୍ତୁତ କରାଯାଇଛି ବୋଲି ବାଚସ୍ପତି କହିଛନ୍ତି । କୋଭିଡ୍‌ କଟକଣା ଭିତରେ ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୦ରୁ ଡିସେମ୍ବର ୩୧ଯାଏଁ ଚାଲିବ । ମୌସୁମୀ ଅଧିବେଶନ ଢାଞ୍ଚାରେ ଚାଲିବ ଶୀତ ଅଧିବେଶନ । ତେବେ ପ୍ରଶ୍ନକାଳ ରହିବ କି ନାହିଁ ତାହା ସ୍ଥିର ହୋଇନନାହିଁ । ନିୟମ ଅନୁସାରେ ସବୁ କାର୍ଯ୍ୟ ହେବ ବୋଲି ବାଚସ୍ପତି କହିଛନ୍ତି ।

Leave a Reply