ସ୍କୁଲ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା: ସେଣ୍ଟ ଜାଭିୟର ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ପାଟକୁରା ଡେରାବିଶ ବ୍ଲକ ଅସୁରେଶ୍ୱର ରାସ୍ତା କେନାଲ ନଦୀ ବନ୍ଧରେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ସେଣ୍ଟ ଜାଭିୟର ସ୍କୁଲ ବସଟି ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯିବା ସମୟରେ ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲା । ବସ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।