ଦୁବାଇରେ ଚମକିବ ଓଡିଆ ଜନଜାତି ଶିଳ୍ପୀଙ୍କ ପେଣ୍ଟିଂ

ନନ୍ଦିଘୋଷ ବ୍ୟୁରୋ: ଦୁବାଇରେ ଚମକିବ ଓଡିଆ ଜନଜାତି ଶିଳ୍ପୀଙ୍କ ପେଣ୍ଟିଂ । ବିଦେଶ ମାଟିରେ ପ୍ରଥମ ଥର ପାଇଁ ରାଜ୍ଯ ସରକାରଙ୍କ ଓଡିଆ ଭାଷା ସାହିତ୍ଯ ଏବଂ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ ଏକ ପ୍ରଦର୍ଶନୀ ଆୟୋଜନ କରୁଛି । ଏଥିରେ ଓଡିଆ ଜନଜାତିର ବଛା ବଛା ୧୫ ଜଣ ଚିତ୍ରଶିଳ୍ପୀ ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ରଙ୍ଗତୁଳୀ ଧରି ଚିତ୍ର ଆଙ୍କିବାରେ ସମସ୍ତେ ନିମଗ୍ନ । ଯାହା ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦଘାଟନ ହେବ । ପେଣ୍ଟିଂରେ ସଉରା, ସାନ୍ତାଳୀ, କୋହ୍ଲ, କନ୍ଧ ଏବଂ ପରଜା ଆଦିବାସୀଙ୍କ ଜୀବନ ଓ ଜୀବିକା ନିଖୁଣ ଭାବେ ଫୁଟାଇବାକୁ ଚାଲିଛି ପ୍ରୟାସ । ଏହି ଉଦଘାଟନୀ ଉତ୍ସବ ଦୁବାଇର ହୟାତ ପ୍ଲେସ ଦୁବାଇ ଏଆଇ ରିଗ୍ଗାରେ ଉଦଘାଟିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତର କନସୁଲ୍ ଜେନେରାଲ୍ ସତୀଶ କୁମାର ଶିବମ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୂସୁଦନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମକୁ ଏକାଡେମୀ ସଚିବ ପଞ୍ଚାନନ ସାମଲ ପରିଚାଳନା କରୁଛନ୍ତି ।