SSC CGL ୨୦୨୫ ପରୀକ୍ଷା ସ୍ଥଗିତ: ଖୁବଶୀଘ୍ର ନୂଆ ତାରିଖ ଘୋଷଣା

କର୍ମଚାରୀ ଚୟନ ଆୟୋଗ (ଏସଏସସି) ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ୨୦୨୫ ପରୀକ୍ଷା ସ୍ଥଗିତ ରଖାଯାଇଛି । ଧାର୍ଯ୍ୟ ତାରିଖରେ ପରୀକ୍ଷା ହେବାର ଥିଲା, ମାତ୍ର ଏବେ ଉକ୍ତ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପରୀକ୍ଷା ପ୍ଲାଟଫର୍ମର ବୈଷୟିକ ସମୀକ୍ଷା ଓ ସୁଧାର ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏସଏସସି ଅନୁସାରେ, ସିଜିଏଲ ୨୦୨୫ର ନୂଆ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ । ଟେକ୍ନିକାଲ ଟିମ୍ ସହ ପରୀକ୍ଷା ସିଷ୍ଟମର ଯାଞ୍ଚ କରାଯାଉଛି । ପ୍ରାର୍ଥୀମାନେ ଏସଏସସିର ଅଫିସିଆଲ ଓ୍ବେବସାଇଟକୁ ଯାଇ ଅପଡେଟ୍ ପାଇପାରିବେ । ଏଥର ସିଜିଏଲ ପରୀକ୍ଷାର ଆୟୋଜନ ନୂଆ ଓ ଅପଡେଟେଡ ଅନଲାଇନ ପ୍ଲାଟଫର୍ମରେ ହେବାର ଥିଲା । ପରୀକ୍ଷାରେ ପାରଦର୍ଶିତା ଓ ସ୍ପିଡ୍ ଆଣିବା ପାଇଁ କିଛି ନୂଆ ଟେକନିକ ଯୋଡ଼ାଯାଇଥିଲା । ମାତ୍ର ଟେକ୍ନିକାଲ ଟିମ ଟେଷ୍ଟ ରନ ସମୟରେ କିଛି ସମସ୍ୟା ପାଇଥିଲେ । ସେଥିପାଇଁ ପରୀକ୍ଷାକୁ ରୋକିବାକୁ ପଡ଼ିଥିଲା ।