ଇଣ୍ଡିଆନ୍ ଆଇଡଲରେ ପିପିଲିର ଚଷାପୁଅ ଶ୍ରୀନିବାସ ସ୍ବାଇଁ

ପୁରୀ: ପେସା ଚାଷ, କିନ୍ତୁ ନିଶା ଗୀତ ଗାଇବା । ସୋନି ଚ୍ୟାନେଲରେ ପ୍ରସାରିତ ଇଣ୍ଡିଆନ ଆଇଡଲରେ ଗୀତ ଗାଇ ଚର୍ଚ୍ଚାରେ ଡେଲାଙ୍ଗ ବେରବୋଇ ଅଞ୍ଚଳର ଶ୍ରୀନିବାସ ସ୍ବାଇଁ ।  ବେକାରୀ ସମସ୍ୟା ଉପରେ ଗୀତ ଗାଇ ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି ଶ୍ରୀନିବାସ । ନିପଟ ଗାଁ ରୁ ଯାଇ ଇଣ୍ଡିଆନ ଆଇଡଲ ଭଳି ମଞ୍ଚରେ ଗୀତ ଗାଇବାର ସୁଯୋଗ ପାଇଥିଲେ ବି ନିଜର କୌଳିକ ବୃତ୍ତି ଛାଡ଼ି ନାହାନ୍ତି । ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନଥିଲେ ବି ସଙ୍ଗୀତ ସହ ରହିଛି ତାଙ୍କର ଭଲପାଇବା । ବର୍ତ୍ତମାନ ସୁଦ୍ଧା ସୁଦ୍ଧା ଦେଢ଼ ଶହରୁ ଅଧିକ ଗୀତ ଗାଇ ନିଜ ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି ସୋନୁ । ତେଣୁ ତାଙ୍କୁ ସହୟାତା ମିଳିଲେ ସେ ଆହୁରୁ ଆଗକୁ ବଢି ପାରନ୍ତେ ବୋଲି କହିଛନ୍ତି ସମ୍ପର୍କୀୟ ଓ ଗ୍ରାମବାସୀ ।