ବିଏସ୍ଏଫ୍ ଯବାନଙ୍କ ଉପରେ ଆତଙ୍କୀ ଆକ୍ରମଣ: ୨ ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ । ଏଥିରେ ଦୁଇଜଣ ବିଏସଏଫ ଯବାନ ସହିଦ ହୋଇଥିଲେ। ଯବାନମାନେ ବିଏସଏଫର ୩୭ଟି ବାଟାଲିୟନର | ଶ୍ରୀନଗର ନିକଟ ଗଣ୍ଡରବାଲ ଜିଲ୍ଲାରେ ଏହି ଆକ୍ରମଣ ହୋଇଥିଲା।

ଜମ୍ମୁ କାଶ୍ମୀର ପୋଲିସର ଆଇଜି ବିଜୟ କୁମାର କହିଛନ୍ତି ଯେ, ଡ୍ୟୁଟିରେ ଥିବା ୨ଜଣ ବିଏସ୍ଏଫ୍ କର୍ମଚାରୀ ନିକଟସ୍ଥ ଦୋକାନରୁ କିଛି କିଣିବାକୁ ଯାଇଥିଲେ। ଏହି ସମୟରେ ୨ଜଣ ବାଇକ୍ ଆରୋହୀ ତାଙ୍କୁ ଆକ୍ରମଣ କରିଥିଲେ। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଆତଙ୍କବାଦୀମାନେ ମଧ୍ୟ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଥିଲେ।

ସାରା ଦେଶ କରୋନା ଭୂତାଣୁ ସଙ୍କଟ ଦେଇ ଗତି କରୁଥିବା ବେଳେ ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଘଟୁଛି। ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣରେ ପୋଲିସର ଜଣେ ହେଡ କନଷ୍ଟେବଳ ସହିଦ ହୋଇଥିଲେ। ଶନିବାର କୁଲଗାମ ଜିଲ୍ଲାର ସୁରକ୍ଷା ବାହିନୀ ଉପରେ ଆତଙ୍କୀ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ପୋଲିସର ଜଣେ ହେଡ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି।

Leave a Reply