କୁନି ଝିଅ ଅଭିଯୋଗ କରିବାର ୪୮ ଘଣ୍ଟା ମଧ୍ୟରେ କମିଲା ଅନ୍ଲାଇନ୍ କ୍ଳାସ୍ ଅବଧି
1 min readଜମ୍ମୁ କଶ୍ମୀର: କୁନି ଝିଅର ଅଭିଯୋଗ ଶୁଣିଲେ ଜମ୍ମୁ କଶ୍ମୀର ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ସିହ୍ନା । ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ କମିଲା ଅନ୍ଲାଇନ୍ କ୍ଳାସ୍ ଅବଧି । ୪ ଘଣ୍ଟା ପରିବର୍ତ୍ତେ ମାତ୍ର ୯୦ ମିନିଟ ହେବ କ୍ଳାସ୍ । ଆଉ ଏହି ନୂଆ ନିୟମ ପରେ ବେଶ୍ ଖୁସି ଥିବା କହିଛନ୍ତି କୁନି ଝିଅ ମାହିରା ଇରଫାନ୍ । ବଳକା ସମୟରେ ସେ କିଚେନ୍ ସେଟ୍ ସହ ଖେଳିପାରିବ ବୋଲି କହିଛି । ଘଟଣା ମୁତାବକ ଶ୍ରୀନଗରର ୬ ବର୍ଷର କୁନି ଝିଅ ମାହିରା ଇର୍ଫାନ୍ ପାଠ ପଢ଼ାକୁ ନେଇ ବିରକ୍ତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।
https://twitter.com/aarifshaah/status/1400045379089879042?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1400045379089879042%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.bhaskar.com%2Fnational%2Fnews%2Fsrinagar-6-year-old-girl-mahira-irfan-question-to-pm-narendra-modi-on-online-class-and-homework-128552122.html
ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏଭଳି କି ଭିଡିଓଟି ଜମ୍ମୁ କଶ୍ମୀର ଲେଫ୍ଟନାଣ୍ଟ ଜେନେରାଲ ମନୋଜ ସିହ୍ନାଙ୍କ ନିକଟରେ ପହଞ୍ଚିଥିଲା । ଯାହାକୁ ରି-ଟ୍ୱିଟ୍ କରି ସେ ଲେଖିଥିଲେ ଯେ, ‘ଅତ୍ୟନ୍ତ ପ୍ରଭାବଶାଳୀ ଅଭିଯୋଗ । ଏହାପରେ ସେ ସ୍କୁଲ ପିଲାମାନଙ୍କ ଉପରେ ହୋମୱାର୍କର ଭାର ହ୍ରାସ କରିବାକୁ ନୀତି ପ୍ରସ୍ତୁତ କରିବାକୁ କହିଥିଲେ । କେବେଳ ସେତିକି ନୁହେଁ ଏହି ନୀତି ୪୮ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ପିଲାମାନଙ୍କ ନିରିହପଣ ଇଶ୍ବରଙ୍କ ଏକ ଉପହାର ତେଣୁ ସେମାନଙ୍କ ଦିନଗୁଡ଼ିକ ଜୀବନ୍ତ, ଆନନ୍ଦ ଏବଂ ଉଲ୍ଲାସରେ ପରିପୂର୍ଣ୍ଣ ହେବା ଉଚିତ୍ । ଏଭଳି ପରିସ୍ଥିତିରେ ଝିଅଟିର ଏହି ଅନୁରୋଧ ପରେ ପିଲାମାନେ ଅନଲାଇନ୍ କ୍ଲାସରେ ଅଧ୍ୟୟନର ଭାରରେ କିଛି ମାତ୍ରାରେ କମିବ ବୋଲି ଆଶା କରିଥିଲେ ।
Very adorable complaint. Have directed the school education department to come out with a policy within 48 hours to lighten burden of homework on school kids. Childhood innocence is gift of God and their days should be lively, full of joy and bliss. https://t.co/8H6rWEGlDa
— Office of LG J&K (@OfficeOfLGJandK) May 31, 2021