ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ସେବାୟତ ପରିବାର, ଜାନୁଆରୀ ୩ରୁ ସାଧାରଣ ଦର୍ଶନ

ପୁରୀ: ଦୀର୍ଘ ୯ ମାସ ପରେ ଶ୍ରୀମନ୍ଦିର ଖୋଲିଛି । ଯାହା ପରେ ମହାବାହୁଙ୍କୁ ଦର୍ଶନ କରୁଛନ୍ତି ସେବାୟତ ପରିବାର। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପରିଚୟ ପତ୍ର ଦେଖାଇ ସେବାୟତ ଓ ତାଙ୍କ ପରିବାର ବର୍ଗ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି  । ପ୍ରବେଶ ପୂର୍ବରୁ ଚାରିଦ୍ୱାରରେ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜ ବ୍ୟବସ୍ଥା କରାଯାଇଛି ।

ହେଲେ ଆଉ ୨ ଦିନ ସେବାୟତଙ୍କ ଦର୍ଶନ ପରେ ପୁରୀବାସୀଙ୍କୁ ମିଳିବ ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ। ୩ଟି ଦଫାରେ ଦର୍ଶନ କରିବେ ପୁରୀର ଓ୍ୱାର୍ଡ ବାସିନ୍ଦା । ଏନେଇ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି ।

ନୂଆବର୍ଷ ପରେ ୩ ତାରିଖରୁ ସମସ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ସେହିପରି ୨୬ ତାରିଖରୁ ୱାର୍ଡ ୱାରି ପୁରୀ ସହରବାସୀ ଦର୍ଶନ ସୌଭାଗ୍ୟ ପାଇବେ । ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ୱେଛାସେବୀ ନିୟୋଜିତ ହେବ ।

Leave a Reply