spot_img

Latest Posts

ଶ୍ରୀଲଙ୍କାରେ କ୍ଷମତା ପରିବର୍ତ୍ତନ: ଆଜି ଗଠନ ହେବ ନୂଆ ସରକାର

ନନ୍ଦିଘୋଷ ବ୍ୟୁରୋ: ଆଜି ଶ୍ରୀଲଙ୍କାରେ ଗଠନ ହେବ ସରକାର। ଜାତୀୟ ନିର୍ବାଚନରେ ନ୍ଯାସନାଲ ପିପୁଲସ ପାୱାର ବା ପିପିପି ମେଣ୍ଟ କ୍ଷମତାକୁ ଆସିବା ପରେ ନୂଆ ସରକାରଙ୍କୁ ନିଯୁକ୍ତି ଦେବେ ରାଷ୍ଟ୍ରପତି ଅନୁରା କୁମାର ଦିଶାନାଏକେ। ଗତ ୧୫ ତାରିଖରେ ହୋଇଥିବା ନିର୍ବାଚନରେ ଏନପିପି ଦୁଇ ତୃତୀୟାଂଶ ଆସନ ଦଖଲ କରିଥିଲା। ନୂଆ ସରକାରରେ ପ୍ରାୟ ୨୫ ଜଣ ମନ୍ତ୍ରୀ ରହିପାରନ୍ତି। ସମ୍ବିଧାନ ଅନୁସାରେ କ୍ଯାବିନେଟ ମନ୍ତ୍ରୀଙ୍କ ସଂଖ୍ଯା ସର୍ବାଧିକ ୩୦ ରହିବ।ତୀବ୍ର ଆର୍ଥିକ ସଙ୍କଟ କାଳରେ ଏହି ଋଣଗ୍ରସ୍ତ ଦେଶରେ ସାଧାରଣ ନିର୍ବାଚନ ହୋଇଥିଲା। ୨୨୫ ଆସନ ବିଶିଷ୍ଟ ସଂସଦ ଲାଗି ହୋଇଥିଲା ଭୋଟ।

ନିର୍ବାଚନରେ ଦିଶାନାଏକେଙ୍କ ଏନପିପି ପ୍ରାର୍ଥୀ ୧୫୯ ଆସନରେ ବିଜୟୀ ହୋଇଥିବାବେଳେ ଏସଜେବିକୁ ୪୦ ଆସନ ମିଳିଛି। ନିର୍ବାଚନରେ ୧୭ ନିୟୁତରୁ ଅଧିକ ଭୋଟର ୮ ହଜାର ୮୦୦ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଣ୍ଣୟ କରିଥିଲେ। ଦିଶାନାଏକେ ବିଗତ ୨୫ ବର୍ଷ ଧରି ସାଂସଦ ଥିଲେ ଏବଂ କୃଷିମନ୍ତ୍ରୀ ଥିଲେ। ତେବେ ଦେଶରେ ଅର୍ଥନୈତିକ ସ୍ଥିତି ସମୟରେ ସେ ରାଜନୀତିରୁ କିଛିଦିନ ଲାଗି ଦୂରେଇ ରହିଥିଲେ।

Latest Posts

Don't Miss