ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ

1 min read

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ୨୦୨୩ ବିଶ୍ବକପ  । ଆଗାମୀ ମ୍ୟାଚ ଦିଲ୍ଲୀରେ ହେବାକୁ ଯାଉଛି  । ହେଲେ ଦିଲ୍ଲୀ ମ୍ୟାଚରେ ମାସ୍କ ପିନ୍ଧି ଖେଳିବେ ଖେଳାଳୀ  । ଏହାର କାରଣ ହେଉଛି ଦିଲ୍ଲୀ ପ୍ରଦୂଷଣ  । ଆସନ୍ତା କିଛି ଦିନ ମଧ୍ୟରେ ସ୍ଥିତି ସୁଧାରିବାର ନାଁ ନେଉନାହିଁ  । ଏହାରି ମଧ୍ୟରେ ବଡ ପ୍ରଶ୍ନ ଯେ ଏଭଳି ପାଗରେ କେମିତି ମ୍ୟାଚ ଖେଳାଯିବ  ।

ଆଗାମୀ ନଭେମ୍ବର ୬ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯିବ  । ସେପଟେ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ପାଇଁ ମ୍ୟାଚକୁ ନେଇ ସସପେନ୍ସ ଜାରି ରହିଛି  । ପାଣିପାଗ ବିଭାଗ ଅନୁସାରେ  ଆଗାମୀ କିଛି ଦିନ ମଧ୍ୟରେ ସ୍ଥିତି ଏହିଭଳି ରହିବ  । ଏପରି ସ୍ଥିତିରେ ଲୋକଙ୍କୁ ୨୦୧୭ ମ୍ୟାଚ ମନେ ପଡୁଛି  । ୨୦୧୭ରେ ମାସ୍କ ପିନ୍ଧି ମୁହାଁମୁହିଁ ହୋଇଥିଲେ ଭାରତ ଓ ଶ୍ରୀଲଙ୍କା ଟିମ  ।

 

ସେହିଦିନ ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୫୧ ଥିଲା ଯାହାକି ବିପଦଜନକ ଥିଲା  । ଏବେ ପୁଣି ଥରେ ବିଶ୍ବକପ ମ୍ୟାଚରେ ମାସ୍କ ପିନ୍ଧି ଖେଳିବା ସ୍ଥିତି ଉପୁଜିଛି  ।

ମ୍ୟାଚ ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ କମ କରିବା ପାଇଁ ପ୍ରୟାସ ଜାରି ରହିଛି  । ଷ୍ଟାଡିୟମ ଆଖପାଖରେ କଟକଣା ଲାଗୁ ହୋଇଛି  । ଧୂଳିରୁ ମୁକ୍ତି ପାଇଁ ରାସ୍ତାଘାଟରେ ପାଣି ସୁଞ୍ଚନ ସହ ଡଷ୍ଟ ସପ୍ରେସେଣ୍ଟର ବି ବ୍ୟବହାର କରାଯାଉଛି  । ସେହିପରି ମ୍ୟାଚ ଦେଖିବା ପାଇଁ ବ୍ୟକ୍ତିଗତ ଗାଡିର ବ୍ୟବହାର ନ କରି ମେଟ୍ରୋର ବ୍ୟବହାର କରିବା ପାଇଁ କୁହାଯାଇଛି  । କିନ୍ତୁ ମ୍ୟାଚକୁ ନେଇ BCCI ଏପର୍ଯ୍ୟନ୍ତ କୌଣସି ଅପଡେଟ ଦେଇନାହାନ୍ତି  ।