ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ରାଜେନ୍ଦ୍ରଭିଷେକ ନୀତି

ପୁରୀ : ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ରାଜେନ୍ଦ୍ରଭିଷେକ ନୀତି । ନୀତି ଶେଷ ହେବା ପରେ ମଦନମୋହନ ଆଜ୍ଞାମାଳ ପାଇ ବଟ ଗଣେଶଙ୍କଠାରେ ଥିବା ଖଟ ଉପରେ ବିଜେ କରିବେ । ଏହାପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଜଗମୋହନର ବିଦ୍ୟୁତ ଆଲୋକ ବନ୍ଦ କରାଯାଇ ଅନ୍ଧାର କରାଯିବ । ଏହି ସମୟରେ ଭିତରେ ମହାପ୍ରଭୁଙ୍କମାନଙ୍କର ଆଲଟ ଲାଗି କରାଯିବ ।

ପୌରାଣିକ କଥା ଅନୁଯାୟୀ, ଉତ୍ତରାରୁ ଜଣେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମଣୀଙ୍କ ବିବାହ ପ୍ରସ୍ତାବ ଜଣାଇବା ସହ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ ଖବର ଦେଇଥାନ୍ତି । ମଦନମୋହନ ମହାଜନମାନଙ୍କ ହସ୍ତରେ ବିଜେ ପୂର୍ବକ ବଟମୂଳେ ଥିବା ଏକ ସୁସଜ୍ଜିତ ରଥରେ ଆରୋହଣ କରିଥାନ୍ତି । ଏହାପରେ ଘଣ୍ଟ, ଛତା, କାହାଳି ବାଜି ବିମାନବଡୁ ମାନେ ରଥକୁ ବଡ଼ ଦେଉଳକର ବେଢ଼ା ପରିକ୍ରମା କରି ପୁନଶ୍ଚ ବଟ ମୂଳେ ରଖିଥାନ୍ତି । ଏହି ସମୟରେ ପାଳିଆ ଖୁଣ୍ଟିଆ, ଗରାବଡୁ ସେବକ ଉପସ୍ଥିତ ରହିଥାନ୍ତି ।