ଶ୍ରୀଗୁଣ୍ଡିଚା ମନ୍ଦିର ଦଳାଚକଟାରେ ମୃତ୍ୟୁ ଘଟଣା : ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର

1 min read

ନନ୍ଦିଘୋଷ ବ୍ୟୁରୋ : ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା। ଆଜିଠୁ ଦୁଇ ଦିନ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର। ଆଜି ଭୁବନେଶ୍ୱରରେ ଓ ଜୁଲାଇ ୧୦ ତାରିଖ ପୁରୀରେ ଉନ୍ନୟନ କମିଶନରଙ୍କୁ ସାକ୍ଷାତ ବ୍ୟବସ୍ଥା କରାଯାଇଛି । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା। ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଘଟଣାକୁ ନେଇ କୌଣସି ସୂଚନା କିମ୍ବା ଭିଡିଓ ତଥ୍ୟ ଥିଲେ, ଏହାକୁ ଆସନ୍ତା ୨୦ ତାରିଖ ସୁଦ୍ଧା ଇମେଲେ ଯୋଗେ ପଠାଇ ପାରିବେ। ଏଥିଲାଗି ଇମେଲ୍ ଜାରି କରାଯାଇଛି। [email protected] ଇ-ମେଲ ଯୋଗେ ପଠାଇବାକୁ ଅନୁରୋଧ କରାଯାଇଛି। ଆଗ୍ରହୀ ବ୍ୟକ୍ତିମାନେ ରାଜ୍ୟ ଅତିଥି ଭବନ ଏବଂ ଜୁଲାଇ ୧୦ ତାରିଖ ଅପରାହ୍ଣ ୩ଟା ପରେ ପୁରୀ ସ୍ପେଶାଲ ସର୍କିଟ ହାଉସ ଠାରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ଏ ସଂପର୍କରେ ତଥ୍ୟ ରଖିପାରିବେ। ସେହିପରି ଏ ସଂପର୍କିତ ଅଧିକ ସୂଚନା ପାଇଁ ଟେଲିଫୋନ ନମ୍ବର ଜାରି କରାଯାଇଛି। ଟେଲିଫୋନ ନମ୍ବର ହେଉଛି ୦୬୭୪-୨୫୩୬୮୮୨ ଏବଂ ୨୩୯୧୯୭୦। ଏଥିଲାଗି ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟରେ ଯୋଗାଯୋଗ କରି ପାରିବେ ବୋଲି ମଧ୍ୟ ସୂଚନା ଦିଆଯାଇଛି