କାଶ୍ମୀରରେ ଆତଙ୍କବାଦୀଙ୍କ ସିରିଜ୍ ଆକ୍ରମଣ

1 min read
Sri Nagar Terrorist Killed Three People In 2 Hours

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ୨ ଘଣ୍ଟା ମଧ୍ୟରେ ତିନିଜଣଙ୍କୁ ହତ୍ୟା କରିଛନ୍ତି । ପ୍ରଥମେ ଆତଙ୍କବାଦୀ ଶ୍ରୀନଗରର ଇକବାଲ ପାର୍କ ନିକଟ ବିନ୍ଦୁର ମେଡିକେଟ ମାଲିକ ମାଖନ ଲାଲ ବିନ୍ଦରୁଙ୍କୁ ଗୁଳି କରି ହତ୍ୟା କରିଥିଲେ । ମାଖନଙ୍କୁ ମେଡିକାଲ୍ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣା ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ନେଇଛନ୍ତି । ଆତଙ୍କବାଦୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନ୍ ଜାରି ରହିଛି । ବିନ୍ଦରୁଙ୍କୁ ହତ୍ୟା ନେଇ ରାଜ୍ୟର ପୂର୍ବତନ ମୁଖ୍ୟନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଆକ୍ରମଣର ନିନ୍ଦା କରିଛନ୍ତି ।

କୁହାଯାଉଛି, କାଶ୍ମୀର ପଣ୍ଡିତ ମାନଙ୍କୁ ମଧ୍ୟରୁ ବିନ୍ଦରୁ ହେଉଛନ୍ତି ସେହି ଯିଏ କି ୧୯୯୦ ପରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଆରମ୍ଭ ପରେ ବି କାଶ୍ମୀର ଛାଡ଼ି ନଥିଲେ । ପତ୍ନୀଙ୍କ ସହ ଶ୍ରୀନଗରରେ ରହି ବିନ୍ଦରୁ ଫାର୍ମାସୀ ଚଳାଇଥିଲେ ।

ବିନ୍ଦରୁଙ୍କୁ ହତ୍ୟା ପରେ ଆତଙ୍କବାଦୀ ଜଣେ ଗୁପଚୁପ୍ ବିକାଳିଙ୍କୁ ଗୁଳି କରିଥିଲେ । ରାସ୍ତା କଡ଼ରେ ଗୁପଚୁପ୍ ବିକୁଥିବା ମୃତକ ଜଣଙ୍କ ବିହାରର ବିରେନ୍ଦ୍ର ପାଶୱାନ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଉତ୍ତରକାଶ୍ମୀରର ବାନ୍ଦିପୋରାରେ ଅଜଣା ବନ୍ଧୁକଧାରୀ ଜଣେ ଲୋକଙ୍କୁ ଗୁଳି କରି ହତ୍ୟା କରିଥିଲେ ।

Leave a Reply