ପୁଷ୍ପକ ବିମାନ ଉପରେ ପୁଣି ଗବେଷଣା ଆରମ୍ଭ କରିବ ଶ୍ରୀଲଙ୍କା

1 min read

ନୂଆଦିଲ୍ଲୀ: ରାମାୟଣରେ ବର୍ଣ୍ଣିତ ରାବଣଙ୍କ ପୁଷ୍ପକ ବିମାନ ଉପରେ ଗବେଷଣା କରିବା ପାଇଁ ଶ୍ରୀଲଙ୍କା କାମ ଆରମ୍ଭ କରିଛି। ଏଥିପାଇଁ ୨୦୧୯ ମସିହାରେ ଶ୍ରୀଲଙ୍କା ସରକାର ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।

ଐତିହାସିକଙ୍କ ସମେତ ବହୁ ଲୋକଙ୍କ ବିଶ୍ୱାସ ରହିଛି ଯେ, ରାବଣ ଜଣେ ପୗେରାଣିକ ଚରିତ୍ର ନୁହଁନ୍ତି ବରଂ ସେ ସତସତିକା ମଣିଷ । ଯିଏକି ଶ୍ରୀଲଙ୍କା ଉପରେ ରାଜୁତି କରୁଥିଲେ ।

କରୋନା ମହାମାରୀ ସମୟରେ ଏହି ଗବେଷଣା ଅଟକି ରହିଥିଲା। ହେଲେ ଏବେ ସ୍ଥିତି ସ୍ୱାଭାବିକ ହେଉଥିବାରୁ ସରକାର ପୁଣିଥରେ ଗବେଷଣା ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଯାହା ୨୦୨୨ ମସିହା ପ୍ରାରମ୍ଭରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଇଛି ।

ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ପୂର୍ବତନ ଉପ-ସଭାପତି ଶଶି ଦାନାତୁଙ୍ଗେ କହିଛନ୍ତି ଯେ,  ଆସନ୍ତା ବର୍ଷ ଆରମ୍ଭରୁ ଏହି ଗବେଷଣା କରାଯିବ। ଆଉ ଏଥିପାଇଁ ଆଗ୍ରହ ପ୍ରକାଶ କରିଛି ରାଜପକ୍ସାସ୍ । ଅପରପକ୍ଷେ ରାବଣ ଓ ପୁଷ୍ପକ ବିମାନ ସହ ଦୁଇ ଦେଶର ସମ୍ପର୍କ ଯୋଡିହୋଇଥିବାରୁ ଏହି ଗବେଷଣାରେ ଭାରତ ମଧ୍ୟ ଅଂଶ ଗ୍ରହଣ କରୁ ବୋଲି ଇଚ୍ଛା ପ୍ରକାଶ କରିଛି ଶ୍ରୀଲଙ୍କା ।

ଉଲ୍ଲେଖଯୋଗ୍ୟ, ଏନେଇ ଅଧିକ ଗବେଷଣା ଲାଗି ଦୁଇ ବର୍ଷ ତଳେ କଲମ୍ବୋରେ ବେସାମରିକ ବିମାନ ବିଶେଷଜ୍ଞ, ପ୍ରତ୍ନତତ୍ତ୍ବବିତ୍, ଭୂତତ୍ତ୍ବବିତ ଓ ଐତିହାସିକମାନଙ୍କ ଏକ ବୈଠକ ବସିଥିଲା । ରାବଣଙ୍କ ବିମାନ ସତରେ ଥିଲା କି ନାହିଁ, ବର୍ଣ୍ଣିତ ବିମାନବନ୍ଦର ସତ ନା ମିଥ୍ୟା । ରାବଣଙ୍କ ପୁଷ୍ପକ ବିମାନ ନେଇ ବହୁ ପୁରାଣ, ଶାସ୍ତ୍ର, ପୁସ୍ତକରେ ଲିପିବଦ୍ଧ ରହିଥିବାବେଳେ ଏହାର ବୈଜ୍ଞାନିକ ପ୍ରମାଣ ଯୋଗାଡ କରିବା ଲାଗି ପଦକ୍ଷେପ ନିଆଯାଇଛି ।

Leave a Reply