ପ୍ରଧାନମନ୍ତ୍ରୀଙ୍କ ପରେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଶ୍ରୀଲଙ୍କାରେ ତୀବ୍ର ଆନ୍ଦୋଳନ: ୫ଜଣଙ୍କ ମୃତ୍ୟୁ

କଲୋମ୍ୱୋ: ଉଗ୍ର ହେଉଛି ଶ୍ରୀଲଙ୍କା ସ୍ଥିତି । ଦେଶବ୍ୟାପୀ କର୍ଫ୍ୟୁ ବଳବତ୍ତର ରହିଥିଲେ ବି ଜାରି ରହିଛି ଆନ୍ଦୋଳନ । ଗତକାଲିଠାରୁ ସୃଷ୍ଟି ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ସରକାର ସମର୍ଥକ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।

Sri Lanka crisis: Nationwide curfew, house of Rajapaksas set ablaze – All  you need to know

ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟରୁ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳିମାଡ କରାଯାଇଛି । କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ଲୋକ ଆନ୍ଦୋଳନ କରୁଥିବା ବେଳେ, ମୁଖ୍ୟ ଗେଟ ଓ ଏକ ଟ୍ରକକୁ ପୋଡ଼ି ଦେଇଛନ୍ତି ଆନ୍ଦୋଳନକାରୀ । ସେମାନଙ୍କୁ ଘଉଡାଇବା ଲାଗି ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ଲୋକମାନେ କର୍ଫ୍ୟୁ ଉଲ୍ଲଂଘନ କରି ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ଷ ଇସ୍ତଫା ଦେଇଥିଲେ ବି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ ।

Sri Lanka is the first domino to fall in the face of a global debt crisis | Sri  Lanka | The Guardian

ଆନ୍ଦୋଳନକୁ ଦମନ କରିବା ଲାଗି ସାରା ଦେଶରେ କର୍ଫ୍ୟୁ ଜାରି ହୋଇଛି । ଉତ୍ତ୍ୟକ୍ତ ଲୋକେ ରାଜପକ୍ଷ ପରିବାରର ନିଜ ଗ୍ରାମ ମେଦାମୁଲାନାରେ ଥିବା ରାଜପକ୍ଷ ମ୍ୟୁଜିଅମ ଉପରେ ଆକ୍ରମଣ କରିଛନ୍ତି । ହମ୍ବାନତୋତାସ୍ଥି ମହିନ୍ଦାଙ୍କ ବାସଭବନ ଓ କୁରୁନେଗାଲାସ୍ଥିତ ରାଜପକ୍ଷ ପରିବାରର ଏକ ରାଜନୈତିକ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ ହୋଇଛି । ରାଜପକ୍ଷ ସମର୍ଥକଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ୨୦ରୁ ଅଧିକ ବସ୍ ସମେତ ଦେଶର ଅନେକ ସ୍ଥାନରେ ଯାନବାହନକୁ ଲୋକେ ପୋଡ଼ି ଦେଇଛନ୍ତି । ଆନ୍ଦୋଳନକୁ ଦମନ କରିବା ଲାଗି ବିଭିନ୍ନ ସ୍ଥାନରେ ସଶସ୍ତ୍ର ନିରାପତ୍ତା ବାହିନୀ ମୁତୟନ ହୋଇଛନ୍ତି ।