ଶ୍ରୀଲଙ୍କାରେ ଲଙ୍କାକାଣ୍ଡ : ଜାଳିଦେଲେ ପ୍ରଧାନମନ୍ତ୍ରୀଙ୍କ ଘର, ସାଂସଦଙ୍କ ସହ ୫ ନିହତ

କଲୋମ୍ୱୋ: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଜଟିଳ ଥିବା ବେଳ ଜିଦ୍‌ରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ । ପ୍ରଧାନମନ୍ତ୍ରୀଙ୍କ ମହିନ୍ଦା ରାଜପାକ୍ଷଙ୍କ ଇସ୍ତଫା ପରେ ବି ଥମିନି ଆନ୍ଦୋଳନ ନରମି ନାହାନ୍ତି ଆନ୍ଦୋଳନକାରୀ । ବରଂ ମୁହାଁମୁହିଁ ହୋଇଛନ୍ତି ମହିନ୍ଦା ରାଜପାକ୍ଷେଙ୍କ ସମର୍ଥକ ଓ ଆନ୍ଦୋଳନକାରୀ । ଫଳରେ ହିଂସକ ରୂପ ନେଇଛି ସରକାର ବିରୋଧୀ ଆନ୍ଦୋଳନ । ସରକାରୀ ଦଳର ୧୫ରୁ ଅଧିକ ସଦସ୍ୟଙ୍କ ଘର ଏବଂ କାର୍ଯ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି ପ୍ରଦର୍ଶନକାରୀ । ଯେଉଁଥିରେ ଗୋଟାବାୟା ରାଜପାକ୍ଷେଙ୍କ ପୈତୃକ ଘର ମଧ୍ୟ ସାମିଲ ।

Ancestral home of Sri Lanka's Rajapaksas set on fire in Hambantota - The Economic Times

ଦେଶର ପରିସ୍ଥିତିକୁ ନଜରରେ ରଖି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ କର୍ଫ୍ୟୁ ଜାରି କରିଥିଲେ । ପୋଲିସ ପ୍ରଧାନମନ୍ତ୍ରୀ ଆବାସ ଏବଂ ଘର ନିକଟରୁ ଭିଡ଼ ହଟାଇବା ନେଇ ଫାଙ୍କା ଗୁଳି ଚାଳନା କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଦେଶବ୍ୟାପୀ ଚାଲିଥିବା ଏହି ହିଂସାରେ ମୋଟ ୫ ଲୋକଙ୍କ ଜୀବନ ଯାଇଥିବା ବେଳେ ପାଖାପାଖି ୨୦୦ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ସାଂସଦ ମଧ୍ୟ ରହିଛନ୍ତି ।

Sri Lanka PM quits, houses of several ruling MPs including Rajapaksa's set on fire - Oneindia News

ଏହାରି ମଧ୍ୟରେ ଇସ୍ତଫା ଦେଇଥିବା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ନିଜ ସରକାରୀ ଆବାସ ଟେମ୍ପଲ ଟିଜରୁ ସମ୍ୱୋଧନ ଦେଇ ସେ କୌଣସି ପ୍ରକାର ଆହ୍ୱାନକୁ ଡରନ୍ତି ନାହିଁ ବୋଲି କହିଥିଲେ । ଏହାପରେ ରାସ୍ତାକୁ ଓହ୍ଲାଇଥିଲେ ମହିନ୍ଦାଙ୍କ ସମର୍ଥକ । ଏବଂ ପ୍ରଧାନମନ୍ତ୍ରୀ ଆବାସକୁ ଘେରି ରହିଥିବା ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିଥିଲେ ।

କେବଳ ସେତିକିରେ ଅଟକି ନଥିଲେ ରକ୍ତମୁଖା ସମର୍ଥକ । ଗେଲ୍‌ ଫେସ୍ ଗ୍ରୀନ ଆଡ଼କୁ ମୁହାଇଥିଲେ । ଏବଂ ସେଠାରେ ପ୍ରାୟ ୧ମାସ ଧରି ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରିଆସୁଥିବା ବିକ୍ଷୋଭକାରୀ ଓ ରାଜପାକ୍ଷେଙ୍କ ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ପୋଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ଫୋପାଡ଼ିବା ସହ ପାଣି ମାଡ଼ କରି ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା କରିଥିଲା ।

Thousands in Sri Lanka insist Rajapaksa family quit politics | News | Al Jazeera

ତେବେ ଗେଲେ ଫେସ୍‌ରୁ ଆରମ୍ଭ ହୋଇଥିବା ହିଂସା ଦେଶର ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପିଥିଲା । ଘରକୁ ଫେରୁଥିବା ମହିନ୍ଦା ରାଜପାକ୍ଷେଙ୍କ ସମର୍ଥକଙ୍କ ବସ୍‌ ଉପରକୁ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ । ସରକାରୀ ଦଳର ଲୋକଙ୍କ ବିଭିନ୍ନ ସମ୍ପତିରେ ନିଆଁ ଲଗାଇ ଦିଆଯାଇଛି ।

File:Anti-government protest in Sri Lanka 2022.jpg - Wikimedia Commons

ଏଭଳି କି ରାଜପାକ୍ଷେଙ୍କ ପରିବାରର ହମ୍ୱନଟୋଟା ସ୍ଥିତ ପୈତୃକ ଘର ଏବଂ କରୁନେଗାଲାରେ ସ୍ଥିତ ମହିନ୍ଦା ରାଜପାକ୍ଷେଙ୍କ ଘରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ । ଏହଂ ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ କର୍ଫ୍ୟୁ ଘୋଷଣା କରାଯାଇଛି ।