ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ବୁଧବାର ଦିନ ଆରମ୍ଭ ହେବ ସଂସଦ ଅଧିବେଶନ

କଲୋମ୍ବୋ: ଶ୍ରୀଲଙ୍କା ସଂକଟ ଅପରିବର୍ତ୍ତିତ ଥିବାବେଳେ ଆସନ୍ତା ବୁଧବାର ଠାରୁ ଆରମ୍ଭ ହେବ ସଂସଦ ଅଧିବେଶନ। ତେବେ ଏହି ଅଧିବେଶନରେ ଆର୍ଥିକ ସଂକଟକୁ ଦୂରେଇବା ନେଇ ଆଲୋଚନା ବଦଳରେ ରାଜନୈତିକ ଝଡ଼ ଉଠିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ନେଇ ସୂଚନା ମିଳିଛି ।

ସୂଚୁନା ଅନୁଯାୟୀ, ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆଣିବା ସମ୍ପର୍କରେ ଘୋଷଣା କରିଥିଲେ ଶ୍ରୀଲଙ୍କା ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା । ଗତ ଏପ୍ରିଲ ୧୧ରେ ବି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ସମ୍ପର୍କରେ ଏକ ପ୍ରସ୍ତାବରେ ସ୍ୱାକ୍ଷର ପ୍ରଦାନ କରିଥିଲେ ପ୍ରେମଦାସା। ତେଣେ ଦେଶରେ ସାନି ନିର୍ବାଚନ କରିବାକୁ ଦାବି କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ମୈଥ୍ରୀପାଳ ଶିରିସେନା।

Sri Lanka Economic Crisis Country Selling Gold To Avoid Bankruptcy

ବୁଧବାର ଅଧିବେଶନରେ ଉପବାଚସ୍ପତି ନିର୍ବାଚନ କରାଯିବ । କାରଣ ଗତ ଏପ୍ରିଲ ୩୦ ତାରିଖରେ ଉପବାଚସ୍ପତି ରଣଜିତ ସିୟାମ୍ପାଲପିତ୍ୟା ଇସ୍ତଫା ଦେଇଥିଲେ। ସେପଟେ ଶ୍ରୀଲଙ୍କା ସମସ୍ୟା ଦୁଇ ମାସ ଧରି ଅପରିବର୍ତ୍ତିତ ରହିଛି। ଆକାଶଛୁଆଁ ଦରବୃଦ୍ଧି, ଖାଦ୍ୟ, ଇନ୍ଧନ, ମେଡିସିନ ସଙ୍କଟ ଭିତରେ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ବିଭିନ୍ନ ସ୍ଥାନରେ ସରକାର ବିରୋଧୀ ଆନ୍ଦୋଳନ ବି ଜାରି ରହିଛି। ଆନ୍ଦୋଳନ ନ କରି ଦେଶର ସମସ୍ତ ସମସ୍ୟାର ସମାଧାନ ପାଇଁ ଏକାଠି ହେବା ଲାଗି ସମସ୍ତ ରାଜନୈତିକ ଦଳଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ।