ରାଷ୍ଟ୍ରପତି ଭବନରେ ବିକ୍ଷୋଭାକରୀ, ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କା ଲୋକଙ୍କ କବଜାରେ ରାଷ୍ଟ୍ରପତି ଭବନ । ସେପଟେ ଆନ୍ଦୋଳନକାରୀଙ୍କ ଜନ ସମୁଦ୍ରକୁ ଦେଖି ଭୟରେ ଫେରାର ରାଷ୍ଟ୍ରପତି  । କଲମ୍ବୋ ସ୍ଥିତକ ରାଷ୍ଟ୍ରପତି ଭବନକୁ ପ୍ରଦର୍ଶନକାରୀ ନିଜ ଦଖଲକୁ ନେବା ପରେ ଇସ୍ତଫା ଦେବେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ  । ଗୋଟବାୟା ୧୩ ଜୁଲାଇରେ ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ଜଣା ପଡିଛି  । ସେପଟେ ଏଭଳି ସମୟରେ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ୍  ବିକ୍ରମସିଂହ ।

ବିରୋଧୀ ଦଳ ନେତା ସଜିଥ୍ ପ୍ରେମଦାସ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ପରେ ଏଭଳି ଖବର ସାମ୍ନାକୁ ଆସିଛି । ଖାଲି ଏତିକି ନୁହେଁ ଇସ୍ତଫା ଚାପ ବଢିବାରୁ ପ୍ରଧାନମନ୍ତ୍ରୀ ଗୋଟୋବାୟା ଶନିବାର ଦିନ ଜରୁରୀ ବୈଠକ ଡାକିଥିଲେ । ଏପରିକି ସଂସଦ ଅଧିବେଶନ ଡକାଇବା ଲାଗି ବାଚସ୍ପତିଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ।

ଶ୍ରୀଲଙ୍କାରେ ଲାଗି ରହିଥିବା ଅର୍ଥନୈତିକ ସଂକଟ ପରେ ସ୍ଥିତି ଜଟିଳ ହୋଇଛି  । ସାଧାରଣ ଲୋକେ ନିଜର ଦୈନନ୍ଦୀନ ଜୀବନ ଅତିବାହିତ କରିବାରେ ବିଫଳ ହେଉଛନ୍ତି  । ସଂକଟ ସାଙ୍ଘାତିକ ରୂପ ନେଇଛି  । ଲୋକେ ଇନ୍ଧନ, ବିଦ୍ୟୁତ ଓ ଖାଦ୍ୟ ସାମଗ୍ରୀ ପାଇବାରେ ସଫଳ ହେଇ ପାରୁନାହାଁନ୍ତି  । ଏମିତିକି ଶ୍ରୀଲଙ୍କାରେ ଅନେକ ଦିନ ହେବ ବିଦ୍ୟୁତ ନାହିଁ  । ତେଣୁ ଦୀର୍ଧଦିନ ଧରି ଜଳୁଥିବା ଅସନ୍ତୋଷ ଏବେ ଉଗ୍ର ରୂପ ନେଇଛି  । ସାଧାରଣ ଲୋକେ ବିକ୍ଷୋଭ ଓ ପ୍ରତିବାଦ କରିବା ସହ ରାଷ୍ଟ୍ରପତି ଭବନରେ ଧସେଇ ପଶିଛନ୍ତି  । ରାଷ୍ଟ୍ରପତି ଭବନରେ ଥିବା ସୁଇମିଂ ପୁଲରେ ଗାଧୋଇବା ସହ, ରୋଷେଇ ଘରେ ପଶି ଖାଇଛନ୍ତି  ।