spot_img

Latest Posts

ଶ୍ରୀମନ୍ଦିରକୁ ବାହୁଡ଼ିବେ ନୀଳାଦ୍ରିନାଥ, ଜନ୍ମବେଦୀରେ ସରିଲା ସରିଲା ମହାପ୍ରଭୁଙ୍କ ଲୀଳାଖେଳା

ପୁରୀ :  ଆସନ୍ତାକାଲି ବାହୁଡ଼ା । ସରିଲା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପରେ ଲୀଳାଖେଳା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ରଥଯାତ୍ରାରେ ଆସିଥିଲେ କାଳିଆ ସାଆନ୍ତ । ଆଡ଼ପ ମଣ୍ଡପରେ ରହି ଭକ୍ତଙ୍କ ଗୁହାରୀ ଶୁଣିଥିଲେ ଜଗତ ଠାକୁର । ଆସନ୍ତାକାଲି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ବାହୁଡ଼ା ଯାତ୍ରା ପାଇଁ ସଂଧ୍ଯା ଦର୍ଶନ ନୀତିକାନ୍ତିକୁ ସଂକୁଚିତ କରାଯାଇଥିଲା । ସଂଧ୍ଯା ୫ ଟା ପରେ ମନ୍ଦିର ଶୋଧ କରି ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି ।

ବାହୁଡ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ନିର୍ଦ୍ଧାରଣ କରାଯାଇଛି । ପ୍ରାତଃ ୪ଟାରେ ମଙ୍ଗଳଆଳତି, ମଇଲମ ପ୍ରାତଃ ୪ଟା ୧୫, ତଡପଲାଗି ପ୍ରାତଃ ୪ଟା ୩୦, ରୋଷହୋମ ପ୍ରାତଃ ୪ଟା ୩୦, ଅବକାଶ ପ୍ରାତଃ ୫ଟା, ସୂର୍ଯ୍ୟପୂଜା ପ୍ରାତଃ ୫ଟା ୧୫, ଦ୍ବାରପାଳ ପୂଜା ୫ଟା ୩୦, ବେଶଶେଷ ୫ଟା ୩୦, ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬ ଟା ୪୫ ଭିତରେ କରାଯାଇଛି ସକାଳ ୭ଟାରୁ ୧୧ଟା ୩୦ ରେ ଲାଗି ହେବ ସେନାପଟା । ଏହାସହ ମଙ୍ଗଳାର୍ପଣ ୧୧ଟା ୪୫ ହୋଇ ଦିବା ୧୨ଟା ରୁ ୨ଟା ୩୦ରେ ହେବ ବାହୁଡା ପହଣ୍ଡି, ଦିବା ଗୋଟାଏ ରୁ ୨ଟା ୩୦ ମଧ୍ଯରେ ବେଶ ଶେଷ ହୋଇ ଦିବା ୨ଟା ୩୦ରୁ ୩ଟା ୩୦ରେ ଛେରାପହଁରା ହେବାର କାର୍ଯ୍ଯକ୍ରମ ହୋଇଛି । ୩ଟା ରୁ ୪ଟା ମଧ୍ଯରେ ଚାରମାଳ ଫିଟା ହୋଇ ଆରମ୍ଭ ହେବ ରଥଟଣା ।

Latest Posts

Don't Miss