spot_img

Latest Posts

କିଏ ଏହି ଖେଳାଳି ? ଯାହାଙ୍କୁ ଛାଡ଼ି ବାକି ସମସ୍ତେ ଖେଳିବେ ବିଜୟ ହଜାରେ ଟ୍ରଫି…

ନନ୍ଦିଘୋଷ ବ୍ୟୁରୋ: ଘରୋଇ କ୍ରିକେଟକୁ ପ୍ରୋତ୍ସାହନ ଦେବା ପାଇଁ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି । ସମସ୍ତ ଆନ୍ତର୍ଜାତୀୟ ଖେଳାଳି ମଧ୍ୟ ଘରୋଇ କ୍ରିକେଟରେ ଅତି କମରେ ୨ଟି ମ୍ୟାଚ ଖେଳିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେବେ କୋହଲି, ରୋହିତ, ଶୁଭମନ ଗିଲ୍, ଜଶପ୍ରିତ ବୁମରା ଏବଂ କେ.ଏଲ ରାହୁଲଙ୍କ ଭଳି ଖେଳାଳି ମଧ୍ୟ ଭାଗ ନେବାକୁ ଯାଉଛନ୍ତି । ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଜାନୁଆରୀ ୧୮ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ଟୁର୍ଣ୍ଣମେଣ୍ଟରେ କେବଳ ଜଣେ ଖେଳାଳିଙ୍କୁ ଛାଡ଼ିଛି ବିସିସିଆଇ । ସେ ହେଉଛନ୍ତି ଶ୍ରେୟସ ଆୟାର । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ସମୟରେ ସେ ଆହତ ହୋଇଥିଲେ । ଏବେ ସେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ବିଶ୍ରାମ ଦିଆଯାଇଛି ।  ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ଭାରତ । ଏଣୁ ଏହା ପୂର୍ବରୁ କିଛି ଖେଳାଳିମାନେ ଯାଇ ଖେଳିବେ ।

Latest Posts

Don't Miss