ଲାଇଭ୍ ଭିଡିଓରେ ଗୌତମ ଗମ୍ଭୀରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶ୍ରୀସନ୍ଥ

1 min read

ନୂଆଦିଲ୍ଲୀ: ପୁଣିଥରେ କ୍ରିକେଟ ମଇଦାନରେ ବିବାଦ । ଲାଇଭ ଭିଡିଓରେ ସାଙ୍ଘାତିକ ଆଣିଲେ ପୂର୍ବତନ କ୍ରିକେଟର ଏସ.ଶ୍ରୀସନ୍ଥ । ଗୌତମ ଗମ୍ଭୀରଙ୍କ ବିରୋଧରେ ବର୍ଷିଲେ ଶ୍ରୀସନ୍ଥ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏବେ ଲିଜେଣ୍ଡସ ପ୍ରିମିୟର ଲିଗ୍ ଚାଲିଥିବାବେଳେ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଗୁଜୁରାଟ ଜାଏଣ୍ଟ୍ସ ଏବଂ ଇଣ୍ଡିଆ କ୍ୟାପିଟାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଏହି ମ୍ୟାଚରେ ଗୌତମ ଗମ୍ଭୀର ଏବଂ ଶ୍ରୀସନ୍ଥଙ୍କ ମଧ୍ୟରେ ଲଢ଼େଇ ହୋଇଥିବା ଦେଖିବାକୁ ମିଳିଥିଲା । ଅମ୍ପାୟାର ଆସି ସେମାନଙ୍କ ରଖିଥିବାବେଳେ ଏହି ମ୍ୟାଚ ସମୟରେ ଲାଗିଥିବା ଲଢ଼େଇର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

ଏବେ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲାଇଭ ଆସି ପ୍ରକୃତ କାରଣ କହିଛନ୍ତି ଶ୍ରୀସନ୍ଥ । ସେ କହିଛନ୍ତି କି, ମ୍ୟାଚ ସମୟରେ ମୋତେ ବାରମ୍ଭାର ଗମ୍ଭୀର ଫିକ୍ସର ପିକ୍ସର କହି ଛିଡ଼ାଇଥିଲେ । ଏପରକି ବହୁ ଅଶାଳିନ ଭାଷା ମଧ୍ୟ ବ୍ୟବହାର କରି ମୋତେ ପଡ଼ିଆରେ ନିନ୍ଦିତ କରିଥିଲେ । ସେ କିଏ ? କାହିଁକି ମୋତେ ଏଭଳି କହିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀସନ୍ଥ । ତେବେ ଉଭୟଙ୍କ ବିବାଦ ମଧ୍ୟରେ ଅମ୍ପାୟାର ପସି ସମାଧାନ ମଧ୍ୟ କରିଥିଲେ । କିନ୍ତୁ ଦୁଇ ଦିଗଜଙ୍କ କଳିକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଏହି ମ୍ୟାଚରେ ଗମ୍ଭୀରଙ୍କ ବଲକୁ ବେଶ ଧୁଲାଇ କରିଥିଲେ ଗମ୍ଭୀର ।

ପୂର୍ବରୁ ଗମ୍ଭୀର ମଧ୍ୟ ବିବାଦ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ଆଇପିଏଲ ହେଉ ବା ଆନ୍ତର୍ଜାତୀୟ ମ୍ୟାଚ । ସବୁବେଳେ ନିଜର ଆକ୍ରମଣାତ୍ମକ ଢ଼ଙ୍ଗ ପାଇଁ କଳି କରୁଥିବେ ଦେଖିବାକୁ ମିଳିଛି । ୨୦୨୩ ଆଇପିଏଲରେ ଗମ୍ଭୀର ଏବଂ ବିରାଟଙ୍କ କଳି ବେଶ ଚର୍ଚ୍ଚାରେ ରହିଥିଲା । ଏପରକି ପାକିସ୍ତାନ ବିପକ୍ଷରେ ମଧ୍ୟ ଅନେକଥର କଳି ଦେଖିବାକୁ ମିଳିଛି ।