ରବିବାର ଶ୍ରୀଜୀଉଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ

1 min read
Puri Padayatra Politics, BJP Not Supporting MP Aparajita Sarangi

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ହେଲା ଆଲୋଚନା । ଆଜି ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ଦୋଳ ପୂର୍ଣ୍ଣମୀ ନୀତି, ମହାପ୍ରଭୁଙ୍କ ଦୈନଦିନ ନୀତି ସୁପରିଚାଳନା ନେଇ ହେଲା ଆଲୋଚନା । ଏଣିକି ରବିବାର ଦିନ ମଧ୍ୟ ଖୋଲାରହିବ ଶ୍ରୀମନ୍ଦିର । ରବିବାରରେ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଆସନ୍ତା ୨୧ ତାରିଖରୁ ରବିବାରରେ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ଅନୁମତି ମିଳିବ । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ l ବୈଠକରେ ଏସପି ଓ ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଶ୍ରୀମନ୍ଦିର ନୀତି କାନ୍ତି ଓ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା କରାଯାଇଥିଲା । ଆସନ୍ତା ୧୮ ତାରିଖରେ ଦୋଳ ପୂର୍ଣ୍ଣିମା ନୀତିକାନ୍ତି ଅନୁଷ୍ଠିତ ହେବ । ରାତ୍ର ୩ଟାରୁ ଦ୍ବାରଫିଟା ନୀତି ସହ ଭିତର ସୌଧ କରାଯାଇ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି କରାଯିବ । ଦିବା ୧୨ ଟା ୩୦ରେ ଦୋଳବେଦିକୁ ବିଜେ କରିବେ ବିମାନ । ୧୨ଟା ୫୦ରେ ଦୋଳକୁ ଦିଅଁ ବିଜେ କରିବେ । ସଂଧ୍ୟା ୮ଟା ୩୦ରେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ ଠାକୁର ।