ଆହୁରି ୩ ଦିନ ଲାଗି ରହିବ ଘନ କୁହୁଡ଼ି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC
1 min readଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ପାଗ ଶୁଖିଲା ରହୁଥିବା ବେଳେ ଭୋରରୁ ପଡ଼ୁଛି ଘନ କୁହୁଡ଼ି । ଏଭଳି ଘନ କୁହୁଡ଼ି ଆସନ୍ତା ୩ ଦିନ ଯାଏଁ ଲାଗି ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ୧୧ ତାରିଖରେ କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ପାହାନ୍ତିଆ ପ୍ରହରରେ ଘନ କୁହୁଡ଼ି ଲାଗି ରହିବ ।
୧୨ ତାରିଖରେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଥିବା ବେଳେ ୧୩ ତାରିଖରେ କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ କନ୍ଧମାଳ ଜିଲ୍ଲା ପାଇଁ ରହିଛି ଘନ କୁହୁଡ଼ି ସତର୍କତା । ଏଥିପାଇଁ ସମ୍ପୃକ୍ତ ଜିଲ୍ଲାର ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ଲାଗି SRC କହିଛନ୍ତି ।