କୁମ୍ଭମେଳା ଅଂଶଗ୍ରହଣକାରୀଙ୍କ ତାଲିକା ପ୍ରଦାନ କଲେ SRC: ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ପାଇଁ ପରାମର୍ଶ

ଭୁବନେଶ୍ୱର: କୁମ୍ଭମେଳାରେ ଭାଗ ନେବାକୁ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜିକୃତ ବ୍ୟକ୍ତିଙ୍କ ନାମ ସେୟାର କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ ଏହି ପଞ୍ଜିକୃତ ବ୍ୟକ୍ତିମାନଙ୍କ ତାଲିକା ପ୍ରଦାନ କରିଛନ୍ତି । ଏବଂ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେବାକୁ ଏସ୍‌ଆରସି ଚିଠିରେ ଉଲ୍ଲେଖ କରିଛନ୍ତି । କୁମ୍ଭମେଳାରେ ଭାଗ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରହିବାକୁ କୁହାଯାଇଛି । ଏଥିସହିତ ଭାଗନେଇଥିବା ବ୍ୟକ୍ତି ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍‌ରେ ରହିବେ । ଆଶା ଏବଂ ଅଙ୍ଗନଓ୍ୱାଡି କର୍ମୀ କୁମ୍ଭ ଫେରନ୍ତାଙ୍କ ଘରକୁ ପରିଦର୍ଶନରେ ଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ । ସମସ୍ତ କୁମ୍ଭ ଫେରନ୍ତା ନିଜକୁ ସ୍ୱେଚ୍ଚାକୃତ ଭାବେ ଆଇସୋଲେସନ୍‌ରେ ରଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଡିଓ, ମ୍ୟୁନସିପାଲ, ଏନ୍ଏସି ଅଫିସର, ପିଏଚ୍‌ସି, ସିଏଚ୍‌ସିକୁ ରିପୋର୍ଟ କରିବେ ।

ଏଥିସହିତ ପଢ଼ନ୍ତୁ: କୁମ୍ଭମେଳାରେ କରୋନା ତାଣ୍ଡବ, ଅଂଶଗ୍ରହଣକାରୀଙ୍କୁ ନେଇ ବଢ଼ିଲା ଓଡ଼ିଶାର ଚିନ୍ତା

Leave a Reply