ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସରେ ଚମକିଲେ ଓଡ଼ିଆ ଝିଅ ଶ୍ରାବଣୀ

1 min read

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସରେ ଚମକିଲେ ଓଡ଼ିଶା ଝିଅ ଶ୍ରାବଣୀ ନନ୍ଦ । ୪ ବର୍ଷ ପରେ ଟ୍ରକକୁ ଫେରି ସ୍ବର୍ଣ୍ଣ ପଦକ ଉପରେ କଲେ କବଜା । ୨୦୦ ମିଟର ବର୍ଗରେ ଶ୍ରାବଣୀଙ୍କୁ ମିଳିଛି ସ୍ବର୍ଣ୍ଣ ପଦକ । ୨୪.୦୪ ସେକଣ୍ଡରେ ସେ ରେସ୍ ଶେଷ କରି ପ୍ରଥମ ସ୍ଥାନ ହାସଲ କରିଥିଲେ ।

Pole Vault, Hammer Throw ଓ Triple Jumpରୁ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିଲା ଗ୍ରାଣ୍ଡପ୍ରିକ୍ସ-୩ । ଏଥିରେ ବିଭିନ୍ନ ରାଜ୍ୟର ୧୧୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଅନ୍ୟତମ ଓଡ଼ିଆ ଖେଳାଳି ଅମୀୟ ମଲ୍ଲିକ ୨୦୦ ମିଟର ରେସରେ ଅଂଶଗ୍ରହଣ କରିବେ । ଯାହା ଉପରେ ସମସ୍ତଙ୍କ ନଜର ରହିଛି । ମୋଟ ୧୭ଟି ଇଭେଣ୍ଟ ଖେଳାଯାଉଛି । ଯେଉଁଥିରେ ପୁରୁଷ ଆଥଲେଟଙ୍କ ପାଇଁ ୮ଟି ଓ ମହିଳା ଆଥଲେଟ ପାଇଁ ୯ଟି ଇଭେଣ୍ଟ ରହିଛି । ଭାରତୀୟ ଦୌଡ଼କୁଦ ମହାସଂଘ ଏବଂ ଓଡ଼ିଶା ଦୌଡକୁଦ ସଂଘ ମିଳିତ ଆନୁକୂଲ୍ୟରେ ଇଣ୍ଡିଆନ୍ ଗ୍ରାଣ୍ଡପ୍ରିକ୍ସର ଦୁଇଟି ଚରଣ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି । ଆଜି ଗ୍ରାଣ୍ଡପ୍ରିକ୍ସ-୩  ଖେଳା ଯାଉଥିବା ବେଳେ, ୨୪ ତାରିଖରୁ ଗ୍ରାଣ୍ଡପ୍ରିକ୍ସ-୪ ଆରମ୍ଭ ହେବ ।