ଜାତି ନନ୍ଦିଘୋଷ କନକ୍ଲେଭ୍‌ରେ ବରିଷ୍ଠ ସାମ୍ୱାଦିକ ଏସ୍. ଭେଙ୍କଟ ନାରାୟଣ

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ସ୍ବନକ୍ଷତ୍ର ଉପଲକ୍ଷେ ଆୟୋଜିତ ଜାତି ନନ୍ଦିଘୋଷ କନ୍‌କ୍ଲେଭ୍‌କୁ ବରିଷ୍ଠ ସାମ୍ୱାଦିକ ଏସ୍. ଭେଙ୍କଟ ନାରାୟଣ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ । ସାମ୍ବାଦିକମାନେ ଦାୟିତ୍ବବାନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଜାତି ନନ୍ଦିଘୋଷ କନକ୍ଲେଭରେ ଯୋଗଦେଇ ଏସ୍. ଭେଙ୍କଟ ନାରାୟଣ କହିଛନ୍ତି, ଆମେରିକାରେ ୩୯ ଚ୍ୟାନେଲ, ଭାରତରେ ୧୦୦୦ରୁ ଅଧିକ ଚ୍ୟାନେଲ । ତେବେ ଚ୍ୟାନେଲଙ୍କ ଗୁଣବତ୍ତାକୁ ନେଇ ମୁଁ ସନ୍ତୁଷ୍ଟ ନୁହେଁ । ଭାରତରେ ନ୍ୟୁଜ୍ କମ ଗହଳି ଅଧିକ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଏସ୍. ଭେଙ୍କଟ ନାରାୟଣ ।

ଚାଷୀ ଆନ୍ଦୋଳନର ପ୍ରକୃତ କାରଣକୁ ନ୍ୟୁଜ୍ ଚ୍ୟାନେଲ ସାମ୍ନାକୁ ଆଣି ନାହାନ୍ତି । ଚାଷୀ ନେତାଙ୍କ ସହିତ ମିଡିଆର ଆଲୋଚନା କରିବାର ରହିଛି । ଆଙ୍କର ମାନେ ଚିତ୍କାର କରୁଛନ୍ତି, ଆଙ୍କର ମାନଙ୍କ ପକ୍ଷରେ ଦେଶରେ କଣ ଚାଲିଛି ତାହା ଦେଖାଇବାର କଥା । ଟିଭିରେ ଆଲୋଚନା କାର୍ଯ୍ୟକ୍ରମ ଶସ୍ତା ହୋଇଯାଇଛି । ସେହିପରି ହାଇଦ୍ରାବାଦର ମହମ୍ମଦ ସିରାଜ, ଯିଏ ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟର କାରଣ ଥିଲେ, ତାଙ୍କୁ ନେଇ ଷ୍ଟୋରି ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି ସାମ୍ବାଦିକ ଏସ୍. ଭେଙ୍କଟ ନାରାୟଣ ।

Leave a Reply