କରୋନାରେ ଚାଲିଗଲେ ଆଉ ଜଣେ ସାମ୍ୱାଦିକ: ଶୋକବ୍ୟକ୍ତ କଲେ ମାନସ ମଙ୍ଗରାଜ
1 min readସମ୍ୱଲପୁର: ସାମ୍ୱାଦିକଙ୍କ ପାଇଁ ଦୁଃଖଦ ଖବର । ପୁଣି କରୋନାରେ ଚାଲିଗଲା ଆଉ ଜଣେ କରୋନା ସଂକ୍ରମିତ ସାମ୍ୱାଦିକଙ୍କ ଜୀବନ । ପଶ୍ଚିମଓଡ଼ିଶା ଆଉ ଜଣେ ପ୍ରତିଷ୍ଠିତ ସାମ୍ୱାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ଶୁକ୍ରବାର କରୋନାରେ ପରଲୋକ ଘଟିଛି । ସେ ଗତ କିିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ପଶ୍ଚିମ ଓଡ଼ିଶାରେ ଦୀର୍ଘବର୍ଷ ଧରି ସାମ୍ବାଦିକତା କରିଆସୁଥିଲେ । ଦେବେନ୍ଦ୍ରଙ୍କ ବିୟୋଗରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଶୋକବ୍ୟକ୍ତ କରିଛନ୍ତି ।
ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ। ଓଡ଼ିଆ ସାମ୍ବାଦିକତା ଜଗତକୁ ଯଥେଷ୍ଟ ଅବଦାନ ଥିବା ଏହି ଅମାୟିକ ବ୍ୟକ୍ତିତ୍ୱଙ୍କ ଆତ୍ମାର ସଦ୍ଗତି କାମନା କରୁଛି। ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ପରିବାରକୁ ଏ ଦାରୁଣ ଦୁଃଖକୁ ସହିବାର ଧୈର୍ଯ୍ୟ ଓ ସାହସ ଦିଅନ୍ତୁ। ଓମ୍ ଶାନ୍ତି ..
— Manas Mangaraj (@manasrmangaraj) April 30, 2021
ଅମରଆତ୍ମାର ସଦଗତି ପ୍ରାଥନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । କରୋନାର ଦ୍ବିତୀୟ ଲହର ବେଳେ ଅଧିକ ସାମ୍ବାଦିକ ମୃତ୍ୟୁ ହେଉଥିବା ଯୋଗୁଁ ସେ ଚିନ୍ତା ପ୍ରକଟ କରିବା ସହ କାମ କରିବା ବେଳେ ସବୁପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।