ଆସନ୍ତା ସପ୍ତାହରୁ ବିକ୍ରି ହେବ ଋଷର କୋଭିଡ୍ ଭ୍ୟାକ୍ସିନ୍ ‘ସ୍ପୁଟନିକ୍ ଭି’
2 min readନୂଆଦିଲ୍ଲୀ: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହୁଥିବା ବେଳେ ଟିକାକରଣ ଧିମା ପଡ଼ିଛି । ବିଶେଷକରି ଭ୍ୟାକ୍ସିନ୍ ଅଭାବରୁ ୧୮ରୁ ୪୪ ବୟସ୍କଙ୍କ ଟିକାକରଣ ପ୍ରାୟ ରାଜ୍ୟରେ ଆରମ୍ବ ହୋଇ ପାରୁନି । ଏଭଳି ସ୍ଥିତିରେ ଟିକାର ଫର୍ମୁଲା ଅନ୍ୟ କମ୍ପାନୀ ସହ ବାଣ୍ଟିବାକୁ ଅନେକ ରାଜ୍ୟ ଦାବି କରୁଛନ୍ତି । ଟିକା ସଂକଟ ସମୟରେ ଆସିଛି ଭଲ ଖବର । ରୁଷିଆରୁ ଆମଦାନୀ କରାଯାଇଥିବା ସ୍ପୁଟନିକ୍ ଭି ଭ୍ୟାକ୍ସିନ୍ ବଜାରରେ ମିଳିବ ବୋଲି ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭିକେ ପାଉଲ୍ ।
#Sputnik vaccine has arrived in India. I'm happy to say that we're hopeful that it'll be available in the market next week. We're hopeful that the sale of the limited supply that has come from there (Russia), will begin next week: Dr VK Paul, Member (Health), NITI Aayog#COVID19 pic.twitter.com/OGUTHvKCr9
— ANI (@ANI) May 13, 2021
ସେ କହିଛନ୍ତି ରରୁଷିଆରୁ ଆମଦାନୀ ହୋଇଥିବା କୋଭିଡ୍ ଟିକା ‘ସ୍ପୁଟନିକ ଭି’ ବଜାରରେ ଆସନ୍ତା ସପ୍ତାହରୁ ଉପଲବ୍ଧ ହେବ । ଆହୁରି ଟିକା ଆମଦାନୀ କରାଯାଉଛି । ଜୁଲାଇ ସୁଦ୍ଧା ଭାରତରେ ‘ସ୍ପୁଟନିକ ଭି’ ଉତ୍ପାଦନ ଆରମ୍ଭ ହେବ । ୧୫.୬ କୋଟି ‘ସ୍ପୁଟନିକ ଭି’ ଟିକା ଉତ୍ପାଦନ ନେଇ ଲକ୍ଷ୍ୟ ରଖା ଯାଇଥିବା ସେ କହିଛନ୍ତି ।
Dept of Biotechnology, other depts concerned, MEA have been in touch with Pfizer, Moderna, Johnson & Johnson from beginning. They were officially asked if they'd like to send doses to or manufacture in India, we'll find partners & assist: Dr VK Paul, Member (Health), NITI Aayog pic.twitter.com/VSAYkODoQL
— ANI (@ANI) May 13, 2021
ଏଥିସହ ଏଫଡିଏସ, ଡବ୍ଲୁଏଚ୍ଓ ଅନୁମତି ଦେଇଥିବା କୌଣସି ବି ଟିକା ଭାରତକୁ ଆମଦାନୀ କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ । ଦିନେ ଦୁଇଦିନ ମଧ୍ୟରେ ଆମଦାନୀ ନେଇ ଲାଇସେନ୍ସ ଦିଆଯିବ । ଫାଇଜର, ମଡର୍ଣ୍ଣା, ଜନସନ ଆଣ୍ଡ ଜନସନ୍ ସହ ସରକାର ସମ୍ପର୍କରେ ଅଛନ୍ତି । ସେମାନେ ଉତ୍ପାଦିତ ଟିକା ପଠାଇବେ ନା ଭାରତରେ ଉତ୍ପାଦନ କରିବେ ସେନେଇ ଆଲୋଚନା ହେଉଛି ।