ପୁଣି ଆସିଲା ଖୁସି ଖବର ! ଋଷର ଦାବି, ମୋ ଟିକା ୯୨% ରୋଗୀଙ୍କ କ୍ଷେତ୍ରରେ ଫଳପ୍ରଦ

1 min read
PM Modi May Hold Meeting With States To

ନୂଆଦିଲ୍ଲୀ: ବୈଜ୍ଞାନିକମାନେ କରୋନା ଭାଇରସ୍‌ ପାଇଁ ଟିକା ପ୍ରସ୍ତୁତ କରିବାରେ ଦିନରାତି ଅହରହ ପରିଶ୍ରମ କରିବାରେ ଲାଗିପଡ଼ିଛନ୍ତି । ଟିକା ଦୌଡ଼ରେ ସବୁଠୁ ଆଗରେ ଥିବା ଋଷ ଏହାର ପ୍ରଥମ ଟିକା ସ୍ପୁଟନିକ୍-ଭି ଉପରେ ଏକ ବଡ଼ ଦାବି କରିଛି । ଋଷ କହିଛି ଯେ ଏହି ଟିକା ୯୨ ପ୍ରତିଶତ ଲୋକଙ୍କ ଉପରେ ପ୍ରଭାବଶାଳୀ ।

ଏହା ମଧ୍ୟ କୁହାଯାଇଛି ଯେ, ମଧ୍ୟବର୍ତ୍ତୀକାଳିନ ପରୀକ୍ଷା ସରିବା ପରେ ଏହାର ଫଳାଫଳ ଅନୁଯାୟୀ ସ୍ପୁଟନିକ୍-ଭି ଟିକା କରୋନା ଜୀବାଣୁଠାରୁ ସୁରକ୍ଷା ଦେବାରେ ୯୨ ପ୍ରତିଶତ ପ୍ରଭାବଶାଳୀ । ସୂଚନାଯୋଗ୍ୟ ଯେ, ସ୍ପୁଟ୍ନିକ୍-ଭିର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷାକୁ ଅନୁମୋଦନ ମିଳିସାରିଛି । ଏହା ବେଲାରୁଷ, ୟୁଏଇ, ଭେନେଜୁଏଲା ଏବଂ ଅନ୍ୟାନ୍ୟ ଦେଶ ତଥା ଭାରତରେ ଆରମ୍ଭ ହୋଇସାରିଛି ।

ଋଷ ଏବେ ସୁଦ୍ଧା କରୋନାର ତିନୋଟି ଭ୍ୟାକ୍ସିନ୍‌ ପ୍ରସ୍ତୁତ କରି ସାରିଥିବା ଦାବି କରିଛି । ସେ ଅଗଷ୍ଟରେ ପ୍ରଥମ ଟିକା ସ୍ପୁଟନିକ୍-ଭି ଲଞ୍ଚ କରିଥିଲା । ଏହାପରେ ୧୪ ଅକ୍ଟୋବରରେ ଦ୍ୱିତୀୟ ଟିକା, ଏପିଭାକ୍‌କରୋନା ଆସିଥିଲା । ଏହାପରେ ଏବେ କରୋନାର ତୃତୀୟ ଟିକା ପ୍ରସ୍ତୁତ କରିସାରିଥିବା ଦାବି କରିିଛି ଚୀନ୍‌ ।

ଋଷର ତୃତୀୟ ଟିକା ଚୁମାକୋବ ସେଣ୍ଟର ଅଫ୍‌ ରିଜିୟନ୍‌ ଏକାଡେମି ଅଫ୍‌ ସାଇନ୍ସେସ୍‌ରେ ପ୍ରସ୍ତୁତ କରାଯାଉଛି । ରିପୋର୍ଟ ଅନୁଯାୟୀ, ଆକ୍ଟିଭ୍‌ ହୋଇନଥିବା ଏହି  ଟିକାକୁ  ଡିସେମ୍ବର ୨୦୨୦ ସୁଦ୍ଧା ଅନୁମୋଦନ ମିଳିବାର ସମ୍ଭାବନା ରହିଛି ।

Leave a Reply