ଦୂତିଙ୍କ ଆଚରଣକୁ କ୍ରୀଡ଼ାବିତଙ୍କ ସମାଲୋଚନା

Sports Person Criticized Athlete Dutee Chand

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିବାଦରେ ଆଥଲେଟ୍ ଦୂତି ଚାନ୍ଦ । ଦୂତୀଙ୍କ ଏଭଳି ଆଚରଣକୁ କ୍ରୀଡ଼ାବିତ୍ ସମାଲୋଚନା କରିଛନ୍ତି । ଦୂତିଙ୍କ ଏଭଳି ମନ୍ତବ୍ୟକୁ ଜଣେ ଖେଳାଳି ଭାବେ ନିନ୍ଦା କରିଛନ୍ତି ଓଡ଼ିଶା ହକି ଫେଡେରସନ୍ କାଉନସିଲ ଚେୟାରମ୍ୟାନ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ରାଜ୍ୟ ସରକାର ସବୁ ଖେଳକୁ ସମାନ ଗୁରୁତ୍ୱ ଦେଉଛନ୍ତି । ସେ ହକି ହେଉ ବା ଅନ୍ୟ ସବୁ ଖେଳ । ସମସ୍ତଙ୍କୁ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ନିଜେ ଜଣେ ଖେଳାଳି ହୋଇ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେବା ଶିଖିବା ଉଚିତ୍ ବୋଲି ଦିଲ୍ଲୀପ କହିଛନ୍ତି ।

Sports Person Criticized Athlete Dutee Chand

ଅଲମ୍ପିକ୍ସରେ ମେଡାଲ ଜିତିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଆଜି ଭୁବନେଶ୍ୱରକୁ କାହିଁକି ସ୍ପୋର୍ଟ୍ସ କ୍ୟାପିଟାଲ କୁହାଯାଉଛି ତାହା କାହାକୁ ଅଛପା ନାହିଁ । କ୍ରୀଡ଼ା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ  ପ୍ରଥମ ପରିଚୟ ହକି ହିଁ ଦେଇଛି । ହେଲେ ଦୂତିଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ । ରାଜ୍ୟ ସରକାର ହକିକୁ ଅତ୍ୟଧିକ ଗୁରୁତ୍ୱ ଦେବାକୁ ଯାଇ ଆଥଲେଟିକ୍ ଓ ଅନ୍ୟ ଖେଳ ଗୁଡ଼ିକୁ ଅବହେଳା କରୁଥିବା ନେଇ ଅଭିଯୋଗ ଆଣିଥିଲେ ଦୂତି । ଏନେଇ ସେ ଫେସବୁକରେ ଏକ ପୋଷ୍ଟ କରିବା ପରେ ତା’କୁ ହଟାଇ ଦେଇଛନ୍ତି । ଦୂତିଙ୍କ ଏଭଳି ପୋଷ୍ଟ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରୀଡ଼ାବିତ୍ ।