ଜାଣନ୍ତୁ ନବନିର୍ବାଚିତ କୁସ୍ତିସଂଘ ନିଲମ୍ବନ ପରେ କଣ କହିଲେ ସଞ୍ଜୟ ସିଂ

1 min read

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ନବନିର୍ବାଚିତ ଟିମ ସସପେଣ୍ଡ । ଟିମକୁ ସସପେଣ୍ଡ କରିଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ । ବ୍ରିଜଭୂଷଣ ସିଂଙ୍କ ଇସ୍ତଫା ପରେ ସଞ୍ଜୟ ସିଂ ହୋଇଥିଲେ ସଭାପତି । ତେବେ ବ୍ରିଜଭୂଷଣଙ୍କ ନିକଟତମ ବ୍ୟକ୍ତି କୁହାଯାଉଥିବା ସଞ୍ଜୟ ସିଂ ସଭାପତି ନିର୍ବାଚିତ ହେବା ପରେ କ୍ଷୁବ୍ଧ ହୋଇଥିଲେ ପୂର୍ବତନ କ୍ରୀଡ଼ାବିତ । ଯାହାକୁ ନେଇ ବିବାଦ ଲାଗି ରହିଥିଲା । ତେବେ ନବନିର୍ବାଚିନ ଟିମ ସସପେଣ୍ଡ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସଭାପତି ସଞ୍ଜୟ ସିଂ ସେ କହିଛନ୍ତି କି, ଏପର୍ଯ୍ୟନ୍ତ ପୁରା ଅର୍ଡର ପଢ଼ିନାହାନ୍ତି । ପ୍ରଥମେ ଏହାକୁ ପଢ଼ିବେ ଏବଂ ପରେ କହିବେ । ଏହସହ କହିଛନ୍ତି କି, ମୁଁ ଏସମ୍ପର୍କରେ ଏବେ କିଛି କହିବାକୁ ଚାହୁଁନାହିଁ ।

ସୂଚନା ଥାଉକି, ନୂଆ ସଭାପତି ସଞ୍ଜୟ ସିଂଙ୍କ ସମସ୍ତ ନିଷ୍ପତ୍ତି ଉପରେ ବି ରୋକ ଲଗାଇଛି କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ । ସଞ୍ଜୟଙ୍କ ନିର୍ବାଚନକୁ ବିରୋଧ କରି ପଦ୍ମଶ୍ରୀ ଫେରାଇଥିଲେ ବଜରଙ୍ଗ ପୁନିଆ । ସାକ୍ଷୀ ମଲ୍ଲିକ ବି କୁସ୍ତି ଜଗତରୁ ନେଇଛନ୍ତି ସନ୍ନ୍ୟାସ । ନବନିର୍ବାଚିତ ଟିମକୁ ସସପେଣ୍ଡ ପ୍ରସଙ୍ଗରେ କ୍ରୀଡ଼ା ମନ୍ତ୍ରାଳୟ କହିଛି-ବର୍ତ୍ତମାନ ନିୟମାବଳୀକୁ ଅବମାନନା କରିଛି ନୂଆ ସଂଘ । ନିର୍ବାଚନ ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ହୋଇଥିବା କହିଛି ମନ୍ତ୍ରାଳୟ । ଗତ ଗୁରୁବାର ହୋଇଥିବା ନିର୍ବାଚନରେ ପୂର୍ବତନ ସଭାପତି ବ୍ରିଜ ଭୂଷଣଙ୍କ ସମର୍ଥକ ସଞ୍ଜୟ ସିଂ ବିଜୟୀ ହୋଇଥିଲେ । ୪୭ ଭୋଟରୁ ୪୦ ଭୋଟ ପାଇଥିଲେ ସଞ୍ଜୟ । ମାତ୍ର ୭ଟି ଭୋଟ ପାଇଥିଲେ ପ୍ରତିଦ୍ବନ୍ଦ୍ବୀ ଅନିତା ଶେଓରାନ । ଅନିତା ହେଉଛନ୍ତି କମନଓ୍ବେଲଥ ଗେମସର ଗୋଲ୍ଡ ମେଡାଲିଷ୍ଟ । ପୂର୍ବରୁ ସଞ୍ଜୟ ସିଂ ଉତ୍ତରପ୍ରଦେଶ ରେସଲିଂ ସଂଘର ଉପସଭାପତି ଥିଲେ ।