ମହିଳାଙ୍କ ଉପରେ ସବାର ମୃତ ଝିଅର ଆତ୍ମା କହୁଛି ଦୁଷ୍କର୍ମ ଓ ହତ୍ୟାର କାହାଣୀ

ଯାଜପୁର: ଆତ୍ମା କହୁଛି ମୃତ୍ୟୁ କାହାଣୀ ! ସତ ହେଉ କି ମିଛ, ବିଶ୍ବାସ ହେଉ କି ଅନ୍ଧବିଶ୍ବାସ, କି ପ୍ରହେଳିକା । ଆତ୍ମା କହୁଛି ତାକୁ ଦୁଷ୍କର୍ମ ଓ ହତ୍ୟା କାହାଣୀ । ୪ମାସ ତଳୁ ନିଖୋଜ ଥିବା ଝିଅର କଙ୍କାଳ ମିଳିବା ପରେ ଗାଁର ଜଣେ ମହିଳାଙ୍କ ଉପରେ ତା’ ଆତ୍ମା ସବାର ହେଉଥିବା କୁହାଯାଉଛି । ଆଉ ମହିଳା ଜଣକ କହୁଛନ୍ତି ନିଖୋଜ ଝିଅର ଦୁଷ୍କର୍ମ ଓ ହତ୍ୟା କାହାଣୀ । ଯାଜପୁର ଜିଲା ଖଣ୍ଡରା ଗାଁରେ ଏଭଳି ଏକ ଘଟଣା ନଜରକୁ ଆସିଛି । ଗତ ୮ ତାରିଖରେ ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ଗାଁର ଏକ ପୋଖରୀରୁ ଏକ କଙ୍କାଳ ମିଳିଥିଲା । କଙ୍କାଳ ବେକରେ ଥିବା ଓଢ଼ଣୀରୁ ଦେଖି ତାହା ଅହଲ୍ୟା ରାଉତଙ୍କ ଝିଅ ଶୁଭଶ୍ରୀଙ୍କର ବୋଲି ପରିବାର ଲୋକ କହିଥିଲେ ।

ଗାଁର ଜଣେ ସମ୍ପର୍କୀୟ ଖୁଡ଼ିଙ୍କ ଦେହରେ ଶୁଭଶ୍ରୀଙ୍କ ଆତ୍ମା ସବାର ହେବା ସହ ତାଙ୍କୁ କିପରି ଦୁଷ୍କର୍ମ ଓ ହତ୍ୟା କରାଯାଇଛି ସେ ସମ୍ପର୍କରେ କାନ୍ଦି କାନ୍ଦି କହୁଛନ୍ତି ବୋଲି ପରିବାର ଲୋକ କହିଛନ୍ତି । ଶୁଭଶ୍ରୀଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ଖୁଡ଼ି କାନ୍ଦି କାନ୍ଦି କହୁଛନ୍ତି । ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ସେପଟେ ବିନା ଡିଏନ୍‌ଏ ଟେଷ୍ଟରେ କଙ୍କାଳକୁ ଶୁଭଶ୍ରୀଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଯାଇଥିଲା । ଏହା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ଏହାଛଡ଼ା ପରିବାର ଲୋକ ଦୁଇ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ବି ପୋଲିସ ସେମାନଙ୍କୁ ଏଯାଏ ଗିରଫ କରିନି । ଘଟଣାର ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଯାଜପୁର ଏସ୍‌ଡିପିଓ କହିଛନ୍ତି । ତେବେ ସମ୍ପୃକ୍ତ ମହିଳାଙ୍କ କଥା କେତେ ସତ କେତେ ମିଛ ତାହା ଜଣାପଡ଼ି ନଥିବା ବେଳେ ପେଲିସର ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ । ନ୍ୟାୟ ନ ମିଳିଲେ ଗାଁଲୋକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply