OAS ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା

1 min read

ଭୁବନେଶ୍ୱର: ଶେଷ ହେଲା ଓଡିଶା ଓଏସ ସଙ୍ଘର ଦୁଇ ଦିନିଆ ଜେନେରାଲ ବଡି ମିଟିଂ । କିଟ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଦୁଇ ଦିନିଆ ଜେନେରାଲ ବଡ଼ି ମିଟିଂରେ ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ହୋଇଥିଲା । କାର୍ଯ୍ୟକ୍ରମର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଓଏଏସ ଅଧିକାରୀଙ୍କୁ ଶଭେଚ୍ଛା ଜଣାଇଛନ୍ତି । ଭଲ କାମ କରୁଥିବାରୁ ସମସ୍ତ ଓଏଏସ ଅଧିକାରୀଙ୍କୁ ସାଧୁବାଦ ଜଣାଇବା ସହ ଆଗକୁ କିପରି ଭଲ କାମ କରିବେ ସେନେଇ ପ୍ରେରଣାଦାୟୀ ଅଭିଭାଷଣ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମରେ ଓଏଏସ ଅଧିକାରୀ ମାନେ ବେଶ ଭଲ କାମ କରିଛନ୍ତି । କରୋନା ମହାମାରୀ ସମୟରେ ମଧ୍ୟ ସେମାନଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ବିଏସକେଓ୍ବାଇ, ଫାଇଭ-ଟି ସ୍କୁଲ ରୂପାନ୍ତରଣରେ ବି ଭଲ କାମ କରିଛନ୍ତି ଓଏଏସ ଅଫିସର । ଏହି କାର୍ଯ୍ୟକ୍ରମରେ 30 ଜିଲ୍ଲାର ଓଏଏସ ଅଫିସରମାନେ ଯୋଗଦେଇଥିଲେ ।