ଛଟ୍ ପୂଜା ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ସ୍ୱତନ୍ତ୍ର ଟ୍ରେନ୍  

1 min read

ପରିବାର ବର୍ଗଙ୍କ ସହ ମିଶି ଛଟ୍ ପର୍ବ ପାଳନ କରିବାକୁ ଯ଼ୋଜନା କରିଛନ୍ତି କି । ଯ଼ଦି ଟିକେଟ ମିଳୁନାହିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ରେଳ ଯାତ୍ରୀଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ରେଳ ଯାତ୍ରାର ବ୍ୟବସ୍ଥା କରିଛି ପୂର୍ବତଟ ରେଳବାଇ । ପୁରୀରୁ ହଟିଆ, ଭାଗଲପୁର ଓ ପାଟନାକୁ ଗଡିବ ସ୍ବତନ୍ତ୍ର ଟ୍ରେନ ।

ଛଟ ପୂଜା ପାଇଁ ସ୍ବତନ୍ତ୍ର ଟ୍ରେନ ।  ପୁରୀରୁ ହଟିଆ, ଭାଗଲପୁର ଓ ପାଟନାକୁ ଗଡିବ ସ୍ବତନ୍ତ୍ର ଟ୍ରେନ ।  ହଟିଆକୁ ଯିବାକୁ ଥିବା ସ୍ବତନ୍ତ୍ର ଟ୍ରେନ ପୁରୀରୁ ଅପରାହ୍ନ ୧.୩୦ରେ ଛାଡି ଭୁବନେଶ୍ବର, କଟକ,ଢେଙ୍କାନାଳ, ଅନୁଗୁଳ,ସମ୍ବଲପୁର ସିଟି,ଝାରସୁଗୁଡା,ରାଉରକେଲା ମାର୍ଗ ଦେଇ ଯାତ୍ରା କରିବ ।

ଗୁରୁବାର ଦିନ ପୂର୍ବାହ୍ନ ୯ଟାରେ ହଟିଆରୁ ପୁରୀକୁ ବାହାରିବ ଏହି ଟ୍ରେନ ।  ୩୧ ତାରିଖରେ ହଟିଆରୁ ପୁରୀକୁ ବାହାରିବ ଆଉ ଏକ ଟ୍ରେନ । ସେହିପରି ପୁରୀ ପଟନା ଓ ଭାଗଲପୁରକୁ ବି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା ରହିଛି ।

ସେହିପରି ପୁରୀରୁ ପଟନାକୁ ଅକ୍ଟୋବର ୨୬ରେ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯାଇଥିବାବେଳେ ଆସନ୍ତା ୨ ତାରିଖରେ ଆଉ ଏକ ଟ୍ରେନ୍‌ ଯିବ । ସେହିପରି ଫେରିବା ପଥରେ ଏହି ଟ୍ରେନ୍‌ ପାଟନାରୁ ଅକ୍ଟୋବର ୨୭ରେ ପୁରୀକୁ ଗୋଟିଏ ଟ୍ରେନ୍‌ ଆସିଥିବାବେଳେ ନଭେମ୍ବର ୩ ତାରିଖ ଅପରାହ୍ନ ୧.୪୫ ମିନିଟ୍‌ରେ ପାଟନାରୁ ପୁରୀକୁ ଆସିବ ।

ପୁରୀ-ଭାଗଲପୁର-ପୁରୀ ସ୍ବତନ୍ତ୍ର ଟ୍ରେନ ପୁରୀ ଠାରୁ ଅକ୍ଟୋବର ୩୦ ଓ ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୦.୩୦ ମିନିଟରେ ପୁରୀରୁ ବାହାରିବ । ପରଦିନ ସକାଳ ୭ ଘଟିକାରେ ଭାଗଲପୁରରେ ପହଞ୍ଚିବ । ଫେରିବା ପଥରେ  ଏହି ଟ୍ରେନ ଭାଗଲପୁରରୁ ଅକଟୋବର ୩୧ ଓ ନଭେମ୍ବର ୭ତାରିଖ ସକାଳ ୮ଟା୩୦ରେ ଭାଗଲପୁରରୁ ବାହାରି ପୁରୀ ଠାରେ ପରଦିନ ସକାଳ ୬.୪୫ରେ ପହଞ୍ଚିବ ।

ଟ୍ରେନରେ ୯ଟି ସ୍ଲିପର କ୍ଲାସ, ୫ଟି ସେକେଣ୍ଡ କ୍ଲାସ ସିଟିଂ ,୨ ଟି ଲଗେଜ ଭ୍ୟାନ ରହିଛି । ଯାତ୍ରୀମାନେ ରେଳବାଇ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ଓ ବୁକିଂ କାଉଣ୍ଟର ଏବଂ ମୋବାଇଲ ଓ ଆଇଆରସିଟିସି ଓ୍ବେବସାଇଟରୁ ଟିକେଟ ବୁକ କରିପାରିବେ ।  ଓଡିଶା ଓ ରାଜ୍ୟ ବାହାରେ ରହୁଥିବା  ଲୋକଙ୍କ ପାଇଁ ଏହି ସୁବିଧା ଯୋଗାଇ ଦେଇଛି ପୂର୍ବତଟ ରେଳବାଇ ।

ଅନୁଜ ଦାସ ')}

Leave a Reply