ତେଲଙ୍ଗାନାରୁ ଗିରଫ ହେଲା ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦର

Special Team Of Cuttack Police Arrested Gangster Hyder From Telangana

ଭୁବନେଶ୍ୱର: କଟକ ଏସସିବିରୁ ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦର ଗିରଫ । କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ହାଇଦରକୁ ତେଲଙ୍ଗାନାରୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଧରିଛି ।

 Special Team Of Cuttack Police Arrested Gangster Hyder From Telangana

କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ତେଲଙ୍ଗାନା ପୋଲିସ ସହଯୋଗରେ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦରକୁ ଧରିଛି । ଶେଖ୍ ହାଇଦର ୧୬ ବର୍ଷ ଧରି ଜେଲରେ ଥିଲା । ଚିକିତ୍ସା ବାହାନାରେ ୨୩ ମାର୍ଚ୍ଚରେ ହାଇଦର କଟକ ଏସସିବିରେ ଭର୍ତ୍ତି ହୋଇଥିଲା । ଏପ୍ରିଲ୍ ୧୦ ତାରିଖ ୪ଟା ୩୦ ପାଖାପାଖି ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା ।

Special Team Of Cuttack Police Arrested Gangster Hyder From Telangana

ହାଇଦରକୁ ଧରିବା ପାଇଁ ୬ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ସହ ବାହାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ହାଇଦରକୁ ଧରିବା ପାଇଁ ରେଡ୍ କରିଥିଲା । ତେଲଙ୍ଗାନା ପୋଲିସ ସହାୟତାରେ ଆଜି ହାଇଦରକୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଖୁବଶୀଘ୍ର ହାଇଦରକୁ ଓଡ଼ିଶା ଅଣାଯାଇ କୋର୍ଟରେ ପ୍ରଡ୍ୟୁସ୍ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଗତ ୧୦ ତାରିଖରେ ହାଇଦର ଏସସିବିରୁ ଫେରାର୍ ପରେ ସମ୍ବଲପୁର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହାଇଦର ସୁରକ୍ଷାରେ ନିୟୋଜିତ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।

Leave a Reply