IICଙ୍କୁ ତୀରମାଡ କରିଥିବା ଯୁବକକୁ କାବୁ କରିବାକୁ ସ୍ବତନ୍ତ୍ର ପୋଲିସ ଟିମର ଉଦ୍ୟମ

1 min read

ସୁନ୍ଦରଗଡ଼: ମହୁଲପଦା ଥାନା ଆଇଆଇସିଙ୍କୁ ତୀରମାଡ କରିଥିବା ଯୁବକକୁ କାବୁ କରିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ ପକ୍ଷରୁ ଉଦ୍ୟମ। ଗତକାଲି ଅଭିଯୁକ୍ତ ବଡଜଲ ସ୍କୁଲର ତିନି ମହଲା ଛାତ ଉପରେ ରହି ମହୁଲପଦା ଥାନା ଆଇଆଇସିଙ୍କୁ ତୀରମାଡ କରିଥିଲେ। ଯୁଵକକୁ ଧରିଵାରେ ପୋଲିସକୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।

ଯୁବକଙ୍କୁ ଧରିବା ପାଇଁ ରାଉରକେଲାରୁ ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF ଟିମ ଗତରାତିରୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସଫଳ ହୋଇ ପାରିନାହାନ୍ତି। ଯୁବକଙ୍କ ନିକଟରେ ଧନୁତୀର, ଟାଙ୍ଗିଆ ଆଦି ଥିବାରୁ ତାଙ୍କୁକୁ ଧରିବାରେ ଅସୁବିଧା ହେଉଛି। ବଡଜଲ ସ୍କୁଲ ଛାତ ଉପରେ ବସି ଉତ୍ପାତ କରୁଥିବା ଯୁବକକୁ ଧରିଵା ପାଇଁ ଗତକାଲି ମହୁଲପଦା ଥାନା ଆଇଆଇସି ସଦଳବଳେ ଯାଇଥିଲେ ।

କିନ୍ତୁ ଯୁବକଙ୍କ ତୀର ମାଡ଼ରେ ମହୁଲପଦା ଥାନା ଆଇଆଇସି ଆହତ ହୋଇଥିଲେ‌ । ଯୁଵକ ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବାରୁ ଯୁଵକକୁ ଧରିଵା ପାଇଁ ଅଗ୍ନିଶମ ଵାହିନୀ ଓ ସ୍ଥାନୀୟ ପୋଲିସ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯୁବକଙ୍କୁ ଧରିବା ପାଇଁ ରାଉରକେଲାରୁ ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF ଟିମ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଆହତ ଆଇ ଆଇ ସି ଙ୍କ ଵଣାଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ତୀରକୁ ଜଵତ କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।