ଅଭିନେତାଙ୍କଠାରୁ ଧୋକ୍କା ଖାଇଲେ, ପାକିସ୍ତାନୀ କ୍ରିକେଟରଙ୍କୁ ବିବାହ କଲେ: ଜନ୍ମଦିନରେ ଜାଣନ୍ତୁ ଅଭିନେତ୍ରୀଙ୍କ କାହାଣୀ
ନନ୍ଦିଘୋଷ ବ୍ୟୁରୋ: ୭୦ ଏବଂ ୮୦ ଦଶକରେ ଅନେକ ଅଭିନେତ୍ରୀ ଆସିଛନ୍ତି ଯେଉଁମାନଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ ରହିଥିଲେ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ସମୟରେ ଗଣମାଧ୍ୟମରେ ହେଡଲାଇନ ପାଲଟୁଥିଲେ । ସେମିତି ଜଣେ ଅଭିନେତ୍ରୀ ହେଉଛନ୍ତି ରୀନା ରୟ । ଆଜି ହେଉଛି ଏହି ଅଭିନେତ୍ରୀଙ୍କ ଜନ୍ମଦିନ । ୧୯୫୭ ମସିହା ଜାନୁଆରୀ ୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ଏହି ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେହି ସମୟରେ ବେଶ ଚର୍ଚ୍ଚାରେ ରହୁଥିଲେ ।
ଶତ୍ରୁଘ୍ନ ସିହ୍ନାଙ୍କ ସହ ତାଙ୍କର ସମ୍ପର୍କ ବେଶ ଚର୍ଚ୍ଚାରେ ରହିଥିଲା । ୧୯୭୩ ମସିହାରେ ଜେସେ କୋ ତେସେ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଅନେକ ହିଟ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ନିଜର ଅଭିନୟ ଯାଦୁରେ ବାନ୍ଧି ରଖିଥିବା ରୀନାଙ୍କ ଶତ୍ରୁଘ୍ନଙ୍କ ସହ ପ୍ରେମ ହୋଇଥିଲା । ୭ ବର୍ଷ ପରସ୍ପରକୁ ଡେଟ କରିଥିଲେ । କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା । ମାତ୍ର ଶେଷରେ ଉଭୟଙ୍କ ବ୍ରେକଅପ୍ ହୋଇଥିଲା । ଆଉ ୧୮୮୩ ମସିହାରେ ପାକିସ୍ତାନୀ କ୍ରିକେଟର ମୋହସିନ ଖାନଙ୍କୁ ବିବାହ କରିଥିଲେ । ଉଭୟଙ୍କ ସମ୍ପର୍କ କିଛିଦିନ ବେଶ ଭଲ ଚାଲିଥିଲା । ସେମାନଙ୍କର ଜଣେ ଝିଅ ଅଛନ୍ତି । କିଛିଦିନ ଫିଲ୍ମରୁ ଦୂରେଇ ରହିଥିଲେ ରୀନା । ମାତ୍ର ସେମାନଙ୍କ ଛାଡ଼ପତ୍ର ପରେ ୧୯୯୨ରେ ଭାରତ ଫେରିଥିଲେ ରୀନା । ଏବେ ସେ କେବଳ ରିଆରିଟି ଶୋରେ ମଝିରେ ମଝିରେ ନଜର ଆସୁଛନ୍ତି । ତାଙ୍କ ଝିଅଙ୍କୁ ଫିଲ୍ମ ଦୁନିଆରୁ ଦୂରେଇ ରଖିଛନ୍ତି । ସୋସିଆଲ ମିଡିଆରୁ ଦୂରେଇ ରହୁଥିବା ରୀନାଙ୍କ ପଚରା ଯାଇଥିଲା କି, ଆପଣ କାହିଁକି ସୋସିଆଲ ମିଡିଆରୁ ଦୂରେଇ ରହୁଛନ୍ତି? ଏହାର ଉତ୍ତରରେ ସେ କହିଥିଲେ କି ଏହାଏକ ମାରତ୍ମକ ଜିନିଷ ।