୪ ଜଣିଆ ଲୁଟେରା ଗ୍ୟାଙ୍ଗ୍ ଠାବ କଲା ସ୍ପେଶାଲ ସ୍କ୍ୱାର୍ଡ, ଜବତ ହୋଇଛି ହାଇପ୍ରୋଫାଇଲ ବାଇକ୍ ଓ ହାଇଓ୍ୱା
ଭୁବନେଶ୍ୱର: ଭୁବନେଶ୍ୱରରୁ ୪ଜଣିଆ ଲୁଟେରା ଗ୍ୟାଙ୍ଗ ଠାବ । ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ କରୁଥିଲେ ବାଇକ ଲୁଟ୍ । ସାଧାରଣ ବାଇକ ନୁହେଁ ଦାମି ଏବଂ ହାଇପ୍ରୋଫାଇଲ ବାଇକ୍ କରୁଥିଲେ ଚୋରି । ତେବେ ୪ଜଣ ଲୁଟେରା ଗ୍ୟାଙ୍ଗ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଏମାନଙ୍କ ଠାରୁ ୧୧ଟି ବାଇକ ସହ ଗୋଟିଏ ହାଇଓ୍ୱା ଜବତ କରିଛି ପୋଲିସ । ୪ଜଣଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଲୁଟେରା ୨ ରିସିଭର ଗିରଫ ହୋଇଛନ୍ତି । ତେବେ ଦୁଇ ଦିନ ପୂର୍ବରୁ ଭୂବନେଶ୍ୱରରୁ ବସ୍ ଚୋରୀ ହୋଇଥିଲା । ଏହି ଗ୍ୟାଙ୍ଗ ପଛରେ ରହିଛି ଇଞ୍ଜିନିୟରିଂ ମୁଣ୍ଡ କାମ କରୁଛି ।
ପୋଲିସର ସୂଚନା ଅନୁଯାୟୀ ଇଞ୍ଜିନିୟରିଂ ଛାତ୍ର ଏଥିରେ ସମ୍ପୃକ୍ତ ରହିଛନ୍ତି । ଏମାନଙ୍କର ଗାଡ଼ି ଚୋରୀ କରିବା ଟେକ୍ନିକ କିଛି ଅଲଗା ଥିଲା । ଲୁଟେରା ଗ୍ୟାଙ୍ଗ ପ୍ରଥମେ ଗାଡ଼ି ଭଡ଼ା କରି ରାଜ୍ୟର ବିଭିନ୍ନ ସ୍ଥାନ ବୁଲନ୍ତି । ବିଶେଷ କରି ଅନୁଗୁଳ ଗଞ୍ଜାମରେ ଏମାନେ ଏମାନଙ୍କର ଲୁଟେରା କାର୍ଯ୍ୟ ବିସ୍ତାର କରିଥାନ୍ତି । ଏବଂ ଚୋରୀ କରିବାର ସ୍ଥିତି ସୁବିଧା ଦେଖିବା ପରେ ଗାଡ଼ି ଚୋରି କରନ୍ତି । ଜବତ ହୋଇଥିବା ହାଇଓ୍ୱା ଅନୁଗୁଳର ଏକ ଜଙ୍ଗଲରେ ଲୁଚାଇ ରଖିଥିଲେ ଲୁଟେରା । ବାଇକ ଚୋରି କରିବା ପରେ ଏକ ନିଛାଟିଆ ସୁନସାନ ଯାଗାରେ ବାଇକର ଡ଼ିପୋ କରୁଥିଲେ । ଗ୍ରାହକ ଠିକ ହେଲା ପରେ ଏମାନେ ବିକ୍ରି କରୁଥିଲେ ।
ଏମାନେ ଅଧା ଦାମରେ ବାଇକ ବିକ୍ରୀ କରୁଥିଲେ । ତେବେ ପୋଲିସ ଏମାନଙ୍କ ଗ୍ୟାଙ୍ଗର ଅନ୍ୟ ମାନଙ୍କୁ ଧରିବାକୁ ଚେଷ୍ଟା କରୁଛି । ତାଙ୍କ ମୋବାଇଲର କଲ ରେକର୍ଡକୁ ଜାଞ୍ଜ କରିବା ସହ କେତେ ଟଙ୍କାରେ ଏହି ବାଇକକୁ ବିକରି କରନ୍ତି ସେ ନେଇ ମଧ୍ୟ ଜାଞ୍ଚ କରୁଛି । ଏମାନଙ୍କ ଗ୍ରାହ ଅଧିକାଂଶ କେଉଁମାନେ ହୋଇଥାନ୍ତି ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ କରିଛି ।