ପ୍ରବାସୀଙ୍କୁ ନେଇ ଆନ୍ଧ୍ରରୁ ଭଦ୍ରକ ପହଞ୍ଚିଲା ସ୍ୱତନ୍ତ୍ର ଟ୍ରେନ୍

ଭଦ୍ରକ: ଆନ୍ଧ୍ରପ୍ରଦେଶ ମଙ୍ଗଳଗିରିରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍ ଭଦ୍ରକରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ସମସ୍ତଙ୍କ ପଞ୍ଜିକରଣ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଟ୍ରେନରୁ ପ୍ରାୟ ୪୦୦ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଛନ୍ତି । ସେମାନଙ୍କ  ସ୍କ୍ରିନିଂ କରାଯିବା ପରେ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଯିବ ।ନିଜ ନିଜ ପଞ୍ଚାୟତ ଓ ପୌରାଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମାନଙ୍କୁ ରଖାଯିବ । ଟ୍ରେନରେ ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଓ ଅନ୍ୟ କିଛି ଜିଲ୍ଲାର ଲୋକମାନେ ଆସିଛନ୍ତି । ବୁଧବାର ସକାଳେ ଆଉ ଏକ ଟ୍ରେନ୍ ପ୍ରବାସୀ ଶ୍ରମିକଙ୍କୁ ନେଇ ଭଦ୍ରକରେ ପହଞ୍ଚିବ ।

ସ୍ୱତନ୍ତ୍ର ଟ୍ରେନ୍ ପ୍ରବାସୀଙ୍କୁ ନେଇ ଆସୁଥିବାରୁ ଷ୍ଟେସନର ୫୦୦ ମିଟର ପରିଧି ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି । ଏହି କର୍ଫ୍ୟୁ ୨୪ ଘଣ୍ଟା ପାଇଁ ବଳବତ୍ତର ରହିବ ।

Leave a Reply