spot_img

Latest Posts

ଆଜିଠୁ ଶ୍ରୀମନ୍ଦିରରେ ଦୋଳ ଉତ୍ସବ ଆରମ୍ଭ, ଚାଚେରୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜି ପବିତ୍ର ଫଗୁ ଦଶମୀ। ଶ୍ରୀମନ୍ଦିରରେ ଏ ନେଇ ଆଜି ଠାରୁ ଦୋଳୋତ୍ସବର ଅୟମାରମ୍ଭ। ଫାଲଗୁନ ଶୁକ୍ଳ ଦଶମୀଠାରୁ ଆରମ୍ଭ ଏହି ପର୍ବ ଦୋଳ ପୂର୍ଣ୍ଣିମାରେ ଶେଷ ହୁଏ । ଆଜିର ଦିନରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ତିନି ବାଡ଼ରେ ତିନି ଠାକୁରଙ୍କର ମଇଲମ କରାଯାଇ ନାଲି ଲୁଗା ଲାଗି ହୋଇଥାଏ।

ଏହାପରେ ସର୍ବାଙ୍ଗ ହୋଇ ଚାଚେରୀ ବେଶ କରାଯାଏ। ଚାଚେରୀ ବେଶ ପରେ ଚାଚେରୀ ଭୋଗ ହୋଇ ଅନ୍ୟାନ୍ୟ ନୀତି ଶେଷହେବା ପରେ ଆଜ୍ଞାମାଳ ପାଇ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଏବଂ ଭୂଦେବୀ ମହାଜନ ସେବକମାନଙ୍କ ହସ୍ତରେ ବିଜେ ହୋଇ ଜୟବିଜୟ ଦ୍ଵାର ଲଣ୍ଡାବର୍ତ୍ତକୁ ଆସିବା ପରେ ମୁଦିରସ୍ତ ସେବକ ଫଗୁ ଚନ୍ଦନ ମୁଣି ପ୍ରସାଦ ଲାଗି କରିବା ସହ ବନ୍ଦାପନା ଓ ଆଲଟ ଚାମର ସେବା କରିଥାନ୍ତି । ଠାକୁରମାନେ ବିମାନକୁ ବିଜେକରି ଶ୍ରୀଜଗନ୍ନାଥବଲ୍ଲଭ ମଠକୁ ବିଜେ କରିଥାନ୍ତି।

Latest Posts

Don't Miss