ରାତି ୧୨ଟାରୁ ଖୋଲିବ ଶ୍ରୀମନ୍ଦିର, ସ୍ବତନ୍ତ୍ର ନୀତିକାନ୍ତି ପରେ ସାଧାରଣ ଦର୍ଶନ ଆରମ୍ଭ

ପୁରୀ: ଧର୍ମମାସ କାର୍ତ୍ତିକର ଆସନ୍ତାକାଲି ଅନ୍ତିମ ଦିବସ ସହ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । କାର୍ତ୍ତିକ ପୁର୍ଣିମା ଅବସରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ରାଜାଧିରାଜ ବେଶ ବା ସୁନା ବେଶ । ରାହୁ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଆଜି ମଧ୍ୟ ରାତ୍ର 12ଟା 10ରେ ଦ୍ବାରଫିଟା ନୀତି 12ଟା 25ରେ ଭିତର ଶୋଧ, 12ଟା 30ରେ ମଙ୍ଗଳ ଆଳତୀ, 12ଟା 45ରେ ରୋଷ ହୋମ, 12ରେ 45 ମଇଲମ ଓ ତଡ଼ପ ଲାଗି, 1.15 ଅବକାଶ, 2ଟାରେ ସୂର୍ଯ୍ୟପୂଜା ହେବ  ।

ସେହିପରି 2ଟା 30ରେ ଦ୍ବାରପାଳ ପୂଜା ପରେ ରାଜାଧିରାଜ ବେଶ, 3ଟାରେ ଗୋପାଳ ବଲ୍ଲଭ, 3 ଟା 20ରୁ 4ଟା 20ରେ ସକାଳ ଧୂପ (କେବଳ କୋଠଭୋଗ), 4ଟା 45ରେ ବାଳଧୂପ ଓ ଭୋଗମଣ୍ଡପ, 5ଟା 10ରେ ବାଳଧୂପ ଶେଷ, 5ଟା 15ରେ ବନ୍ଦାପନା, 5ଟା 50 ସୁଦ୍ଧା ଭୋଗ ମଣ୍ଡପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ତେବେ 5:54 ମିନିଟ ପରଠାରୁ ପାକ ତ୍ୟାଗ ନିଷେଧ ହୋଇଥିବାରୁ ଦେବ ନୀତି ବନ୍ଦ କରାଯାଇ ଶ୍ରୀଜୀଉ ମାନଙ୍କ ଦର୍ଶନ ବ୍ୟବସ୍ଥା ଜାରି ରହିବ । 2ଟା 38 ମିନିଟରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦେବ ନିତୀ ଆରମ୍ଭ କରାଯିବ । ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନିତୀ ଆଦି କରାଯିବ । ସନ୍ଧ୍ୟା 6ଟା 18 ମିନିଟ 47 ସେକେଣ୍ଡ ପରେ ଗ୍ରହଣ ସର୍ବମୋକ୍ଷ ହେବା କ୍ଷଣି ଘର ଓ ଅନ୍ୟାନ୍ୟ ଦେବାଳୟରେ ପୂଜା ହୋଇପାରିବ ।