କ୍ଯାନସର ଅଜାଡି ଦେଲା ଦୁଃଖ, ଛଡାଇନେଲା ଶୈଶବ

ନନ୍ଦିଘୋଷ ବ୍ୟୁରୋ: ଗତ କିଛି ବର୍ଷ ପୂର୍ବରୁ ସବୁ କିଛି ଠିକଠାକ ଥିଲା। ହେଲେ ଭାଗ୍ୟ ଯେମିତି କଡ ଲେଉଟାଇଲା ସବୁକିଛି ଓଲଟପାଲଟ ହୋଇଗଲା। ୧୦ ବର୍ଷର ଝିଅକୁ କ୍ୟାନସର ରୋଗ ହେବା ପରେ ଚିକିତ୍ସା ପାଇଁ ହସ୍ପିଟାଲରୁ ହସ୍ପିଟାଲ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର। ଚାଷ କରି ତେଲ ଲୁଣ ସଂସାର ଚାଲୁଥିବା ପରିବାରରେ ଏବେ ଚିକିତ୍ସା ପାଇଁ ଅର୍ଥ ଚିନ୍ତା।

କ୍ଯାନସର ଅଜାଡି ଦେଲା ଦୁଃଖ, ଛଡାଇନେଲା ଶୈଶବ। ଗତ କିଛି ବର୍ଷ ପୂର୍ବରୁ ହସ ଖୁସିରେ ଦିନ କାଟୁଥିଲେ ମୁରିବାହାଲ ବ୍ଲକ ରଣାବନ୍ଧ ଗାଁର ରଣା ପରିବାର। ୨ ବର୍ଷ ପୂର୍ବେ ଝିଅ ମନୀଷା ଖେଳୁଥିବା ସମୟରେ ଆହତ ହୋଇଗଲା। ଚିକିତ୍ସା ପରେ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡିଲା। ଗରିବ ପରିବାର ଏବଂ କ୍ଯାନସର ପରି ବ୍ୟୟ ବହୁଳ ଚିକିତ୍ସା ପାଇଁ ଚିନ୍ତାରେ ଥିଲେ ପରିବାର। ପ୍ରାୟ ୧ ବର୍ଷ ୨ ମାସ କ୍ୟାନସର ଚିକିତ୍ସା କରାଇବା ପରେ ବର୍ତ୍ତମାନ ମନୀଷାର ଏକ ହାତ କାଟିବାକୁ ପଡିଛି। ଦୀର୍ଘ ୨ ବର୍ଷ ହେଲା ମନୀଷାର ଚିକିତ୍ସା ଚାଲୁଥିବାରୁ ପାଠରେ ଡୋରୀ ବନ୍ଧା ହୋଇଛି ।

ମନୀଷାର ବାପା ଜଣେ ଚାଷୀ। ଝିଅର ଚିକିତ୍ସା ପାଇଁ ପାଇଁ ପିରବାର ଲୋକେ ଚେଷ୍ଟା ଜାରି ରଖିଛନ୍ତି। ବିଏସକେୱାଇ କାର୍ଡ ସାହାଯ୍ୟରେ କିଛି ମାତ୍ରାରେ ଚିକିତ୍ସା ଖର୍ଚ୍ଚ ଉଠିଛି। ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପରିବାର ଏବେ ଚିନ୍ତାରେ ପଡିଲେଣି। ଆର୍ଥିକ ସହଯୋଗ ପାଇଁ ପରିବାର ପକ୍ଷରୁ ନିବେଦନ ହୋଇଛି।