ନାଟୋ ବିରୋଧରେ ଋଷର ସ୍ୱତନ୍ତ୍ର ଯୋଜନା

An instructor trains members of Ukraine's Territorial Defense Forces, volunteer military units of the Armed Forces, in a city park in Kyiv, Ukraine, Saturday, Jan. 22, 2022. Dozens of civilians have been joining Ukraine's army reserves in recent weeks amid fears about Russian invasion. (AP Photo/Efrem Lukatsky)
ମସ୍କୋ: ଯୁଦ୍ଧ ଅବସ୍ଥା ଦିନକୁ ଦିନ ଘନୀଭୂତ ହେଉଥିବା ବେଳେ, ଋଷ ପକ୍ଷରୁ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ ସୂଚନା । ବସନିଆ ଓ ହେର୍ଜଗୋଭିନା ଲାଗି ନିଯୁକ୍ତ ଋଷ ରାଷ୍ଟ୍ରଦୂତ ଇଗୋର କାଲାବୁଖୋଭ କହିଛନ୍ତି, ନାଟୋ ବିରୋଧରେ ଋଷର ସ୍ୱତନ୍ତ୍ର ଯୋଜନା ରହିଛି । ସେ କହିଛନ୍ତି, କୌଶଳଗତ ଅବସ୍ଥା ନେଇ ଋଷ ଆକଳନ କରୁଛି ଏବଂ କୌଣସି ପ୍ରକାର ବିପଦର ମୁକାବିଲା କରିବାକୁ ତାଙ୍କ ଦେଶ ସକ୍ଷମ ।
ସେପଟେ ଏସ୍ତୋନିଆ, ଲାଟଭିଆ ଓ ଲିଥୁଆନିଆ ସରକାର ଋଷର ପ୍ରାୟ ୧୦ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି । ଯୁଦ୍ଧକୁ ଅଧିକ ସଂଗୀନ କରିବା ଲାଗି ଆମେରିକା ଜୋରଦାର ଉଦ୍ୟମ ଚଳାଇଛି । ଖୁବ୍ ଶୀଘ୍ର ୟୁକ୍ରେନରେ ଆମେରିକା ନିର୍ମିତ ଷ୍ଟିଞ୍ଜର ଓ ଜାଭେଲିନ ମିସାଇଲ ପହଞ୍ଚିବ ବୋଲି ସୂଚନା ମିଳିଛି । ଏହି ଅସ୍ତ୍ର ଆସିଲେ ଋଷ ନିଜର ଆକ୍ରମଣର ତରିକା ବଦଳାଇବା ଆଶଙ୍କା କରାଯାଉଛି ।
ଅନ୍ୟପଟେ, ତୁର୍କୀ ନିକଟରେ ପୂର୍ବରୁ ଗଚ୍ଛିତ ଋଷ ନିର୍ମିତ ମିସାଇଲ ସିଷ୍ଟମକୁ ୟୁକ୍ରେନକୁ ଦେବା ଲାଗି ତୁର୍କୀକୁ ପରାମର୍ଶ ଦେଇଛି ଆମେରିକା । ଯୁଦ୍ଧ ଟାଳିବାକୁ ଉଦ୍ୟମ କରିବା ବଦଳରେ ଏହାକୁ ଅଧିକ ତୀବ୍ର କରିବା ଲାଗି ଆମେରିକା ନିଜର ସାମରିକ ପିପାସା ଜାରି ରଖିଛି ।