ସ୍ପେଶାଲ OJEE ରେଜଲ୍ଟ ପ୍ରକାଶ, ଆବେଦନ କରିଥିଲେ ୨୧ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

1 min read

ଭୁବନେଶ୍ବର: ପ୍ରକାଶ ପାଇଲା ଦ୍ୱିତୀୟ ତଥା ସ୍ପେଶାଲ OJEE ରେଜଲ୍ଟ । ଜୁନ୍ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ପରୀକ୍ଷାରେ ବି. ଟେକରେ ୮ହଜାର ୬୫୫ଜଣଙ୍କୁ ରାଙ୍କ କାର୍ଡ ମିଳିଥିବା ବେଳେ ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ଡିପ୍ଲୋମା- ୪ହଜାର ୫୬୮ ଛାତ୍ରଛାତ୍ରୀ, ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ବିଏସସି- ୬୪ ଜଣ ଛାତ୍ରଛାତ୍ରୀ, ବି. ଫାର୍ମାରେ ୨ ହାଜର ୪୪୨ , ଏମବିଏ ରେ ୪ହଜାର ୨୮୭, ଏମସିଏରେ ୧ହଜାର ୭୪୩ ଜଣଙ୍କୁ ରାଙ୍କ କାର୍ଡ ମିଳିଛି ।

ଏହି ପରୀକ୍ଷା ପାଇଁ ମୋଟ୍ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ମୋଟ ୩୩ଟି ସ୍ଥାନରେ ୪୭ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ଏବେ ଛାତ୍ରଛାତ୍ରୀମାନେ ସେମାନଙ୍କ ରାଙ୍କ କାର୍ଡ OJEE ଓ୍ବେବ୍‌ସାଇଟ୍‌ www.ojee.nic.in/odishajee.com ରୁ ଡାଉନ୍‌ଲୋଡ କରିପାରିବେ । ଡାଉନଲୋଡ ସମୟରେ ନିଜର ଆପ୍ଳିକେସନ୍ ନମ୍ବର ଏବଂ ଜନ୍ମତାରିଖ ପ୍ରଦାନ କରିବାକୁ ପଡିବ ।