ଆସନ୍ତା ୧୮ରେ ଶୁକ୍ର ଓ ଶନି ଗ୍ରହର ମିଳନ: ଖାଲି ଆଖିରେ ଦେଖାଯିବ ଶୁକ୍ର ଓ ଶନି ଗ୍ରହର ଦୌଡ ମିଳନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୮ରେ ଶୁକ୍ର ଓ ଶନି ଗ୍ରହର ମିଳନ। ୨୦୨୫ ମସିହା ଜାନୁଆରୀ ଦ୍ବିତୀୟ ଅର୍ଶର ସବୁଦିନ ସଂଧ୍ୟା ଆକାଶରେ ୪ ଟି ଗ୍ରହକୁ ଖାଲି ଆଖିରେ ଦେଖିବା ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ଆସିବ । ଏଥି ସହ ଆକାଶରେ ଖାଲି ଆଖିରେ ଦେଖାଯିବ ଶୁକ୍ର ଓ ଶନି ଗ୍ରହର ଦୌଡ ମିଳନ ।  ଶୁକ୍ରକୁ ଟପି ଶନି ଗ୍ରହ ଆଗକୁ ବଢିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ। ବର୍ତ୍ତମାନ ଠାରୁ ଜାନୁଆରୀ ମାସରେ ସୂର୍ଯ୍ୟାସ୍ତ ପରେ ଚାରିଟି ଗ୍ରହ ଖାଲି ଆଖିରେ ଦେଖିହେବ । ଏବେ ପଶ୍ଚିମ ଦିଗବଳୟର କିଛି ଉପରେ ଦେଖାଯିବ ଉଜ୍ବଳ ଶୁକ୍ର ଗ୍ରହ, ତାର କିଛି ଉପରକୁ ଇଷତ୍ ହଳଦି ରଙ୍ଗର ଶନି ଗ୍ରହ ଓ ପୂର୍ବ ଦିଗବଳୟରେ ମଙ୍ଗଳ ଗ୍ରହ ଓ କିଛି ଉପରେ ଥିବ ଉତ୍କଳ ବୃହଷ୍ପତି ଗ୍ରହ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି କ୍ରମାନ୍ବୟରେ ଅସ୍ତ ହେବେ। ରାତି ୮.୩୦ଟା ବେଳକୁ ପ୍ରଥମେ ଶୁକ୍ର ଓ ଶନି ଗ୍ରହ ଅସ୍ତ ହେବ। ସୂର୍ଯ୍ୟ ଚାରିପଟେ ବୁଲୁଥିବା ୮ଟି ଗ୍ରହ ଭିତରୁ ୫ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନିକୁ ଖାଲି ଆଖିରେ ଦେଖିହୁଏ । ପାଞ୍ଚଟି ଗ୍ରହ – ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ଆଠଟି ଗହ – ପ୍ରାୟ ଶହେ ସତୁରି ବର୍ଷରେ ଥରେ ଏକା ସମୟରେ ଦେଖାଯାଏ ।