ନୂଆ ନୁହେଁ ପୁରୁଣା ସଂସଦ ଭବନରେ ହେବ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ନୂଆ ସଂସଦ ଭବନରେ ଏହି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେମିତି କିଛି ହେବ ନାହିଁ ବୋଲି ସ୍ପଷ୍ଠ ହୋଇଛି । ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ବୋଲି ଏ.ଏନ.ଆଇ. ପକ୍ଷରୁ ଏକ ଟ୍ବିଟ୍ କରାଯାଇଛି । ଏହି ସୂତ୍ରକୁ ଦେଖିବାକୁ ଗଲେ ପୁରୁଣା ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହେବ ।
ଗଣେଷ ଚତୁର୍ଥୀରେ ସଂସଦର ନୂତନ ଗୃହ ଉଦଘାଟନ ହେବା ସହ ଏହି ନୂଆ ଗୃହରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ୧୮ ତାରିଖର ବୈଠକ ପୁରୁଣା ସଂସଦ ଗୃହରେ ଅନୁଷ୍ଠିତ ହେବ । ମାତ୍ର ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ୪ଟି କାର୍ଯ୍ୟ ଦିବସ ନୂଆ ସଂସଦରେ ଅନୁଷ୍ଠିତ ହେବ ।